
ସୂଚନା ଅନୁସାରେ ଆଜି ମଧହର୍ଣ୍ଣ ତିନି ଘଣ୍ଟା ସମୟରେ ମାଙ୍କଡ଼ ଝୋଲା ସାହିର ବାସିନ୍ଦା ଶ୍ରୀନିବାସ ଅଶୋକ କୁମାର ଜେକେ କାଗଜ କଳର ଚାକିରି କରୁଛନ୍ତି। ସେ ବିବାହିତ ବୟସ ତାଙ୍କର ଗୋଟିଏ ୧୮ ମାସର ଝିଅ ଅଛନ୍ତି। ତାଙ୍କର ବୟସ ପ୍ରାୟ ୩୨ ତାଙ୍କ ଘରେ ପୂଜା କରିଥିବା ଗଣେଶ ମୂର୍ତ୍ତି ବିସର୍ଜନ କରିବା ପାଇଁ ତାଙ୍କ ପରିବାର ଓ ମାଁ ସହ ନାଗାବଳୀ ନଦୀକୁ ଯାଇଥିଲେ। ସେ ନିକଟସ୍ତ ଚେକଗୁଡ଼ା ପୋଲ ନିକଟରେ ଭୋରା ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ କରିବା ପାଇଁ ନଦୀ ଜଳରେ ଓହ୍ଲାଇ ବିସର୍ଜନ କରିଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ମୂର୍ତ୍ତି ସହିତ ଭାସି ପଳାଇ ଗଲେ।
ସେ ବର୍ତ୍ତମାନ ନିଖୋଜ ଅଛନ୍ତି। ତାଙ୍କ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ତାଙ୍କ ପରିବାରରେ ସ୍ତ୍ରୀ ଓ ଝିଅ ଅଛନ୍ତି। ଚେକାଗୁଡ଼ରୁ ଧୁମାଗୁଡ଼ା ପୋଲ ଉପରେ ତାଙ୍କ ପରିବାର ବର୍ଗ ଓ ସାହି ଲୋକଙ୍କ ସହିତ ସମ୍ପର୍କୀୟମାନେ ଉପସ୍ଥିତ ରହି ଖୋଜାଖୋଜି କରୁଛନ୍ତି। ଖବର ପାଇ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ଜୋର୍ ସୋର୍ କରୁଛନ୍ତି।