Spread the love

ହିନ୍ଦୋଳ  : ଯୁବକଙ୍କୁ ଗୁଳିମାଡ଼ ।  ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଝାରବେଡ଼ା ଗାଁରେ ଯୁବକଙ୍କୁ ଗୁଳିମାଡ଼ ।  ତାଙ୍କ ଜଙ୍ଘରେ ୧୦ରୁ ଅଧିକ ଗୁଳି ବାଜିଛି ।  ଗୁରୁତର ଯୁବକ ହେଲେ ଝାରବେଡ଼ା ଗାଁର ବିନୟ ନାଏକ ।  ଆଜି ସକାଳେ ୩ଜଣ ଯୁବକ ବିନୟଙ୍କୁ ଗୁଳି ମାଡ଼ କରି ପୋଖରୀ ନିକଟରେ ଫିଙ୍ଗି ଚାଲିଯାଇଥିଲେ।  ଗୁରୁତର ଅବସ୍ଥାରେ ପରିବାରଲୋକ ତାଙ୍କୁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ତେବେ କିଏ ଓ କାହିଁକି ବିନୟଙ୍କୁ ଗୁଳି କଲା କାରଣ ଅସ୍ପଷ୍ଟ ରହିଛି ।  ବାଲିମି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।  ବିନୟଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *