
ଏହି ପ୍ରସ୍ତାବ ପାରିତ ହେବା ମାତ୍ରେ ଆର୍ଯ୍ୟ ଦେଶର ସର୍ବ କନିଷ୍ଠ ମେୟର ହୋଇଥିଲେ। ପ୍ରାୟ ୧ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା । ଆର୍ଯ୍ୟ ବାଲୁସେରୀ ନିର୍ବାଚନମଣ୍ଡଳୀ ବିଧାୟକ କେ। ସଚିନ୍ ଦେବଙ୍କୁ ବିବାହ କରିଥିଲେ । ମା ହେବାର ଏକ ମାସ ପରେ, ଆର୍ଯ୍ୟଙ୍କ ନିଜ ଶିଶୁକୁ ଧରି ଅଫିସରେ କାମ କରିବାକୁ ଆସୁଛନ୍ତି । ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି । ମେୟର ହେବାପରେ ଆର୍ଯ୍ୟ ଭାରତର ସର୍ବ କନିଷ୍ଠ ମେୟର ହେବାର ସମସ୍ତ ରେକର୍ଡ ଭାଙ୍ଗିଥିଲେ। ତାଙ୍କ ପୂର୍ବରୁ ସବିତା ବେଗମ୍ ନାମକ ଅନ୍ୟ ଜଣେ ମହିଳା ୨୩ ବର୍ଷ ବୟସରେ କେରଳର କୋଲାମର ମେୟର ହୋଇଥିଲେ। ତାଙ୍କ ପୂର୍ବରୁ ଦେବେନ୍ଦ୍ର ଫଡନାଭିସ୍ ୨୭ ବର୍ଷ ବୟସରେ ନାଗପୁର ମ୍ୟୁନିସିପାଲିଟି କର୍ପୋରେସନର ମେୟର ହୋଇଥିବା ସୂଚନା ରହିଛି ।