Spread the love

ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ରାଜଧାନୀ ଦିଲ୍ଲୀ। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରୁଷି ସୁନକ୍‌ ଜି-୨୦ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ତଥା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ତାଙ୍କୁ ସ୍ୱାଗତ କରିଥିଲେ। ବ୍ରିଟିଶ୍‌ ପିଏମ୍‌ ରୂପେ ଏହା ହେଉଛି ସୁନକଙ୍କର ପ୍ରଥମ ଭାରତ ଯାତ୍ରା।

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଧ୍ୟ ଦିଲ୍ଲୀରେ ପହଞ୍ଚି ଯାଇଛନ୍ତି। ଏହି ଦୁଇ ରାଷ୍ଟ୍ରାଧ୍ୟକ୍ଷଙ୍କ ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଏହା ବ୍ୟତୀତ ଇଟାଲିର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଏବଂ ଆର୍ଜେଣ୍ଟିନା ରାଷ୍ଟ୍ରପତି ଅଲ୍‌ବର୍ଟୋ ଫର୍ଣ୍ଣାଡିଜ୍‌ ଦିଲ୍ଲୀ ଆସିସାରିଛନ୍ତି।

ସେପଟେ ସନ୍ଧ୍ୟାରେ ବିମାନ ଯୋଗେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଦିଲ୍ଲୀ ଏୟାରପୋର୍ଟରେ ଲ୍ୟାଣ୍ଡ କରିବେ। ସନ୍ଧ୍ୟା ୭ଟାରେ ସେ ଦିଲ୍ଲୀରେ ପହଞ୍ଚିବେ। ବାଇଡେନ୍‌ ଆଜି ହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଇଡେନଙ୍କୁ ସ୍ୱାଗତ ପାଇଁ ବିରାଟ ପ୍ରସ୍ତୁତି କରାଯାଇଛି।

Leave a Reply

Your email address will not be published. Required fields are marked *