Spread the love

ନୂଆଦିଲ୍ଲୀ: ଶନିବାର ନୂଆଦିଲ୍ଲୀରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମିଳନୀର ନୈଶ୍ୟ‌ଭୋଜିକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚ୍‌. ଡି. ଦେବେଗୌଡ଼ାଙ୍କୁ ନିମନ୍ତ୍ରଣ କରାଯାଇଛି।

ଏହାଛଡ଼ା, ବିରୋଧୀ ଶାସିତ ରାଜ୍ୟ ସମେତ ଏହି ନୈଶ୍ୟଭୋଜିକୁ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିପାଇଁ ଆଜି ୧୦. ୪୫ରେ ବିହାରର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରି‌ବେ। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କୁ ଭେଟି ପାରନ୍ତି।

ସେହିପରି, ନୈଶ୍ୟଭୋଜିରେ ଯୋଗ ଦେବା ପାଇଁ ଶନିବାର ଦିନ ଦିଲ୍ଲୀ ଯିବେ ବୋଲି ପୂର୍ବରୁ ପଶ୍ଚିମବଙ୍ଗର ରାଷ୍ଟ୍ରପତି ମମତା ବାନାର୍ଜୀ ସୁନିଶ୍ଚିତ କରିଛନ୍ତି।

କିନ୍ତୁ, ‘ଜି୨୦’ ଶିଖର ସମ୍ମିଳନୀକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ବୋଲି ତାଙ୍କ କାର୍ଯ୍ୟାଳୟ ସୁନିଶ୍ଚିତ କରିଛି।

ସୂଚନାଯୋଗ୍ୟ, ୩୦୦ ନିୟୁତ ଡଲାର୍‌ ବ୍ୟୟରେ ଶଙ୍ଖ ଆକୃତିରେ ନିର୍ମିତ ସମ୍ପୂର୍ଣ୍ଣ ନୂଆ ସ୍ଥାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଜି୨୦’ ନୈଶ୍ୟଭୋଜି ଆୟୋଜନ କରିଛନ୍ତି। ମାଣ୍ଡିଆ ଉପରେ ଗୁରୁତ୍ବାରୋପ କରାଯାଇଥିବା ଏହି ଭୋଜନ ତାଲିକାରେ ରହିଛି ବିଭିନ୍ନ ପ୍ରକାରର ଭାରତୀୟ ବ୍ୟଞ୍ଜନ।

ବିଶ୍ବନେତାଙ୍କ ମନୋରଞ୍ଜନ ନିମନ୍ତେ ଏଥିରେ ୩ ଘଣ୍ଟା ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି। ଏଥିରେ ଶାସ୍ତ୍ରୀୟଠାରୁ ଆରମ୍ଭ କରି ସମସାମୟିକ ସଙ୍ଗୀତ ପରିବେଷଣ କରାଯିବ। ‘ଭାରତ ବାଦ୍ୟ ଦୃଶ୍ୟମ୍‌: ମ୍ୟୁଜିକାଲ୍‌ ଜର୍ଣ୍ଣି ଅଫ୍‌ ଇଣ୍ଡିଆ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ‘ଗାନ୍ଧର୍ବ ଆତୋଦ୍ୟମ’ ସଂଗଠନ ସନ୍ତୁର, ସାରଙ୍ଗୀ, ଜଳ ତରଙ୍ଗ ଓ ଶାହାନାଇ ଆଦି ପାରମ୍ପରିକ ଭାରତୀୟ ବାଦ୍ୟଯନ୍ତ୍ର ବଜାଇବ।

Leave a Reply

Your email address will not be published. Required fields are marked *