Spread the love

ଭୁବନେଶ୍ୱର:ଫାଇଭ ଟି ସଚିବଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ସରକାର ଓ ବିରୋଧୀ ।  ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ରାଜନୈତିକ ମାହୋଲ ବି ସରଗରମ । ସାରା ରାଜ୍ୟ ବୁଲୁଛନ୍ତି ସଚିବ । ହେଲିକପ୍ଟରରେ ଏ ଜିଲ୍ଲାରୁ ସେ ଜିଲ୍ଲା ଗସ୍ତ କରୁଛନ୍ତି । ଯୁଆଡେ ଯାଉଛନ୍ତି ମନ୍ତ୍ରୀ, ବିଧାୟକମାନେ ତାଙ୍କ ପାଇଁ ସବୁ ଆୟୋଜନ କରୁଛନ୍ତି । ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ବିଜେଡି ସରକାରଙ୍କୁ ଘେରିଥିବାବେଳେ ଆଜି କଡା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଶ୍ରୀ ମିଶ୍ର କହିଛନ୍ତି, ଏଠି ଅଫିସର ରାଜ ଚାଲିଛି । ଲୋକଙ୍କ ଅଭିଯୋଗ ଶୁଣିଲେ ବି ମନ୍ତ୍ରୀ କିଛି କାର୍ଯ୍ୟ କରିପାରିବେ ନାହିଁ । କାରଣ ଅଫିସର ମନ୍ତ୍ରୀଙ୍କ କଥା ଶୁଣିବେ ନାହିଁ । 5t ସଚିବ ଗଲେ ତାଙ୍କ ସବୁ କଥା ସମସ୍ତେ ଶୁଣୁଛନ୍ତି  । ତେଣୁ ମନ୍ତ୍ରୀଙ୍କ କଥା ପଚାରେ କିଏ  ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଶ୍ରୀ ମିଶ୍ର ବିଜେଡି ମନ୍ତ୍ରୀଙ୍କୁ କଡା ସମାଲୋଚନା କରି କହିଛନ୍ତି,  ଯେଉଁଠି ମନ୍ତ୍ରୀ ବିଧାୟକ ସଚିବଙ୍କ ତମ୍ବୁ ଟାଣିବେ,ଚେୟାର ବୋହିବେ,  ପିଅନ ଭଳି କାମ କରିବେ ଏବଂ ଚାକରର ଚାକର ହେବେ ସେଠି ତାଙ୍କ କଥା କିଏ ଶୁଣିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷେ କଂଗ୍ରେସ ନେତାଙ୍କର ଏପରି ଅଭିଯୋଗକୁ ଦୃଢୃଭାବେ ଖଣ୍ଡନ କରିଛି ବିଜେଡି । ସରକାର ଲୋକଙ୍କ ପାଖରେ ପହଞ୍ଚି ତାଙ୍କ ଦୁଃଖ ଶୁଣୁଛନ୍ତି ବୋଲି କହିଛି ବିଜେଡି । ନରସିଂହଙ୍କୁ ସମାଲୋଚନାର ଜବାବ ରଖି ବିଜେଡି କହିଛି  ଆମେ ଅଞ୍ଚଳରେ ବୁଲୁଛୁ  । ଲୋକଙ୍କ କଥା ବୁଝୁଛୁ ।  ୫ ଟି ସଚିବ ବୁଲି ଗ୍ରୀଭାନ୍ସ କରି ପାରିବେ । ଆଇନରେ ଏଥି ପାଇଁ ବ୍ୟବସ୍ଥା ଅଛି ବୋଲି କହିଛି ବିଜେଡି ।

ବିଜେଡି ବିଧାୟକ ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ସାରା ଓଡିଶା ନିଜେ ବୁଲି ପାରିବେ ନାହିଁ । ତେଣୁ ସଚିବଙ୍କୁ ପଠାଉଛନ୍ତି ।  ଲୋକଙ୍କ ଦୁଃଖ ସୁଖ ବୁଝି ସରକାରଙ୍କୁ ଜଣାଉଛନ୍ତି ୫ଟି ସଚିବ । ତେଣୁ ଏଥିରେ କ’ଣ ଅସୁବିଧା ବୋଲି ପ୍ରଶ୍ନ କରିଛନ୍ତ ବିଧାୟକ ।

ସେତିକି ନୁହେଁ, ସଚିବଙ୍କ ବିମାନ ଗସ୍ତକୁ ନେଇ ବିଧାୟକ ସଫେଇ ଦେଛନ୍ତି ଯେ, ୫ଟି ସଚିବ ସରକାରୀ କାର୍ଯ୍ୟକ୍ରମରେ ଯାଉଛନ୍ତି । ଗୋଟିଏ ଜିଲ୍ଲା ଦୁଇ ଦିନରେ ସାରିବେ । ତେଣୁ  ତେଣୁ ହେଲିକେପ୍ଟରରେ ତ ଯିବେ । ଲୋକଙ୍କ ପାଖକୁ ସରକାର ଯାଉଛନ୍ତି ।  ସେଥିରେ ଅସୁବିଧା କଣ  ବୋଲି ସେ ପାଲଟା ଜବାବ ମାଗିଛନ୍ତି । ତେବେ ସଚିବଙ୍କ ଏସବୁ କାର୍ଯ୍ୟକ୍ରମ ନିର୍ବାଚନ ପ୍ରଚାର ନୁହେଁ ଅଫିସିଆଲ ୱର୍କ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *