Spread the love

ସିଓଲ୍‌: ଦକ୍ଷିଣ କୋରିଆର ‘ମିଲ୍‌ଟାରି ଟାର୍ଗେଟ୍‌’କୁ ଆଣବିକ ଅସ୍ତ୍ରଦ୍ବାରା ନଷ୍ଟ କରାଯାଇ ପାରିବା ଭଳି ସାମର୍ଥ୍ୟ ଥିବା ୨ଟି ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା କଥା ଦକ୍ଷିଣ କୋରିଆ ଗଣମାଧ୍ୟମ ରିପୋର୍ଟ କରିଛି।

ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ରାତି ଅଧରେ କ୍ଷେପଣାସ୍ତ୍ରଗୁଡ଼ିକୁ ପୂର୍ବ ତଟରୁ ନିକ୍ଷେପ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଉତ୍ତର କୋରିଆକୁ ସବୁବେଳେ ଉତ୍‌କ୍ଷିପ୍ତ କରୁଥିବା ୱାସିଂଟନ୍‌ ଓ ସିଓଲ୍‌ର ବାର୍ଷିକ ମିଳିତ ସମରାଭ୍ୟାସ ଚାଲିଥିବା ବେଳେ ଗତରାତିରେ ଉତ୍ତର କୋରିଆ ଏହି ପରୀକ୍ଷଣ କରିଛି।

ଉତ୍ତର କୋରିଆ ସେନା କହିଛି, ଦକ୍ଷିଣ କୋରିଆରେ ଥିବା ପ୍ରମୁଖ କମାଣ୍ଡ୍‌ କେନ୍ଦ୍ର ଓ ସମର ଅଭିଯାନ ନିମନ୍ତେ ଉଦ୍ଦିଷ୍ଟ ବିମାନ ବନ୍ଦରକୁ ନଷ୍ଟ କରିଦେବା ଭଳି ସାମର୍ଥ୍ୟ ଥିବା ଆଣବିକ ଅସ୍ତ୍ରବାହୀ କ୍ଷେପଣାସ୍ତ୍ରଗୁଡ଼ିକର ‘ମିଥ୍ୟା’ ପରୀକ୍ଷଣ ବା ‘ସ୍କର୍ଚଡ୍‌-ଆର୍ଥ ଟେଷ୍ଟ୍‌’ କରାଯାଇଛି।

ଆମେ ବାରମ୍ବାର ଚେତାବନୀ ଦେବା ସତ୍ତ୍ବେ ଯୁଦ୍ଧ ପାଇଁ ଉଦ୍ଦିଷ୍ଟ ଆଣବିକ ସମ୍ବଳ ମୁତୟନ କରି ଆମକୁ ଏଭଳି ସାମରିକ ଧମକ ଦେଉଥିବା ଶତ୍ରୁମାନଙ୍କ ପ୍ରତି ଏହି ପରୀକ୍ଷଣ  ହେଉଛି ସୁଷ୍ପଷ୍ଟ ବାର୍ତ୍ତା ବୋଲି ଉତ୍ତର କୋରିଆ ସେନା କହିଛି।

ଏହି ‌କ୍ଷେପଣାସ୍ତ୍ର ପରୀକ୍ଷଣକୁ ସମାଲୋଚନା କରି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କହିଛନ୍ତି, ଏହା କେବଳ ଜାପାନରେ ସମଗ୍ର ବିଶ୍ବର ଶାନ୍ତି ଓ ସ୍ଥିରତା ପ୍ରତି ବିପଦ।

Leave a Reply

Your email address will not be published. Required fields are marked *