Spread the love

ପୁରୀ: କୁମ୍ଭାରପଡା ପୋଲିସକୁ ବଡ଼ ସଫଳତା। କୁମ୍ଭାରପଡା ଥାନା ଓ ତାଳବଣିଆ ଥାନା ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବ୍ରାଉ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୪ ଜଣ ବେପାରୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କଠାରୁ ୧୭ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ବଜାର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛ।

କୁମ୍ଭାରପଡା ଥାନା ଓ ତାଳବଣିଆ ଥାନା ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କୁମ୍ଭାରପଡା ଥାନା ପୋଲିସ ବାନାମ୍ବର ଛକ ନିକଟରେ ଚଢ଼ାଉ କରି ୩ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଥିବା ବେଳେ ତାଳ ବଣିଆ ଥାନା ପୋଲିସ ହୁଳୁ ହୁଳିଆ ପୋଲ ନିକଟରେ ଚଢ଼ାଉ କାରି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ଦୁଇଟି ମୋବାଇ ଏବଂ ଗୋଟିଏ ବାଇକ ଜବତ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ପୁରୀ କୁମ୍ଭାରପଡା ଥାନାରେ ଏକ ସାମ୍ୱାଦିକ ସମ୍ମିଳନୀରେ ସିଟି ଡିଏସପି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *