
ସୂଚନା ଅନୁସାରେ କଟକର କାଠଯୋଡ଼ି ଠାରେ ଏକ ଷ୍ଟଣ୍ଟ ସିନ ସୁଟିଂ ପାଣି ଭିତରେ। ନଈରେ ପ୍ରଖର ସୁଅ ହେତୁ ଭାସି ଯାଇଥିଲେ ନାୟକ ଶ୍ରେୟାନ। ହେଲେ ସେ ସାହସର ସହିତ ପହଁରି ପହଁରି ଆସି କୂଳରେ ଲାଗିଥିଲେ। ପରେ ଅନ୍ୟ ଲୋକମାନେ ତାଙ୍କୁ ସହଯୋଗ କରି ଡାକ୍ତରଖାନା ନେଇଯାଇଥିଲେ। ସେହିପରି ନାୟିକା ଭୂମିକା ମଧ୍ୟ ଏକ ଦୁର୍ଘଟଣାର ସାମ୍ନା କରିଥିଲେ ଯେଉଁଥିରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ପୁନର୍ବାର ସୁଟିଂ ସେଟକୁ ଫେରିଛନ୍ତି ଏବଂ ପୁଣି ଆରମ୍ଭ ହୋଇଯାଇଛି ଫିଲ୍ମର ସୁଟିଂ।
Post Views: 7