
ଗତ ରାତିରେ ହରପ୍ରୀତ ଗିଲ୍ ନିଜ ସାଥୀ ଗୋବିନ୍ଦଙ୍କ ସହ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ସ୍କୁଟି ଓ ବାଇକ୍ରେ ୫ ଯୁବକ ସେମାନଙ୍କ ପିଛା କଲେ। ଏହାପରେ ସେମାନେ ଉଭୟ ହରପ୍ରୀତ ଗିଲ୍ ଓ ଗୋବିନ୍ଦଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ସେଥି ମଧ୍ୟରୁ ଗୋଟିଏ ଗୁଳି ହରପ୍ରୀତଙ୍କ ମୁଣ୍ଡର ଆରପାର୍ ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।
ଏଥିସହ ଗୋବିନ୍ଦଙ୍କ ଡାହାଣ ପଟ କାନ ନିକଟରେ ଗୁଳି ବାଜିଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଖବର ପାଇ ପୁଲିସ୍ ତୁରନ୍ତ ପହଞ୍ଚି ଗୋବିନ୍ଦଙ୍କୁ ମେଡିକାଲ ପଠାଇଥିବା ବେଳେ ହରପ୍ରୀତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ହରପ୍ରୀତଙ୍କର ପୂର୍ବରୁ କାହା ସହ ଶତ୍ରୁତା ନ ଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ତେବେ କିଏ ଓ କାହିଁକି ଏପରି ଜଘନ୍ୟ କାଣ୍ଡ ଘଟାଇଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍। ପୁଲିସ୍ ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି।
ଦିଲ୍ଲୀ ସଡ଼କ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡ଼ିଥିବା ବେଳେ ବିଚ୍ ରାସ୍ତାରେ ଅପରାଧ ଘଟଣା ବଢ଼ିବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ ପୁଲିସ୍ର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Post Views: 6