
ପ୍ରତିବଦଳରେ ଭଉଣୀକୁ ଭାଇ ଦେଇଛି ଜିଇଁ ଥିବା ଯାଏ ସୁରକ୍ଷାର ପ୍ରତିଶ୍ରୁତି । ପବିତ୍ର ରାକ୍ଷୀ ପୂର୍ଣ୍ଣମା ଅବସରରେ ଅସ୍ତରଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି ନିଆରା ରକ୍ଷା ବନ୍ଧନ । ମହିଳାମାନେ ଜଙ୍ଗଲର ଗଛକୁ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନ ପର୍ବ ପାଳିଥିବା ଦେଖିବାକୁ ମିଳିଛି । ଛୁରିଅନା ପଞ୍ଚାୟତର ମହିଳାମାନେ ଜଙ୍ଗଲର ସୁରକ୍ଷା ପାଇଁ ଗଛ ରେ ରାକ୍ଷୀ ବାନ୍ଧିଛନ୍ତି ।
ମା’ ଗଙ୍ଗା ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ଜଙ୍ଗଲ ଭିତରକୁ ଯାଇ ଗଛକୁ ବନ୍ଦାପନା କରି ରାକ୍ଷୀ ବାନ୍ଧିଛନ୍ତି । ଭାଇଟି ଯେପରି ଭଉଣୀର ସୁରକ୍ଷା କରିଥାଏ । ଠିକ ସେମିତି ଜୀବଜଗତକୁ ଗଛ ଓ ପ୍ରକୃତି ସୁରକ୍ଷା ଦେଇଥାଏ । ବାତ୍ୟା, ବନ୍ୟା, ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପକୂଳବାସୀଙ୍କ ସୁରକ୍ଷା ବଳୟ ଭାବେ ଜଙ୍ଗଲର ଠିଆ ହୋଇଥାଏ । ତେଣୁ ଗଛକୁ ରାକ୍ଷୀ ବାନ୍ଧିଥିବା ମହିଳାମାନେ କହିଛନ୍ତି ।
Post Views: 7