Spread the love

 

thaka

କୋରାପୁଟ: ଅନଲାଇନ୍ ଠକେଇ କରି ନିରୀହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ କୋରାପୁଟର ଏକ ପୁଲିସ ଟିମ୍ ବିହାରରୁ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବିହାରର ନାବଡା ଜିଲ୍ଲା ଚକବାଇ ଗ୍ରାମର ଭୋଳା ପ୍ରସାଦ(୪୬), ଗୌରବ କୁମାର(୨୩) ଓ ବିକାଶ କୁମାର(୨୩)।

ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦେଢ ଲକ୍ଷ ଟଙ୍କା, ଗୋଟିଏ ଲାପଟପ୍, ୧୪ଟି ମୋବାଇଲ୍ ଓ ତିନୋଟି ପାସ୍ବୁକ୍ ଜବତ କରିଛି। ଅନଲାଇନ୍ ଠକେଇ ଜରିଆରେ ଲୋକମାନେ ମୋଟା ଅଙ୍କର ଟଙ୍କା ଠକି ନେଉଥିବା ନେଇ ଅଭିଯୋଗ ହେବା ପରେ କୋରାପୁଟ ସାଇବର କ୍ରାଇମ୍ ପୁଲିସର ଏକ ଟିମ୍ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିହାର ଅଭିମୁଖେ ଯାଇଥିଲା।

ତଦନ୍ତ ବେଳେ ଜଣେ ଅଭିଯୁକ୍ତର ମୋବାଇଲ୍ ଫୋନ୍ ସକ୍ରିୟ ଥିବା ଜଣାପଡ଼ିବା ପରେ ବିହାର ପୁଲିସ ସହାୟତାରେ ଏହି ଟିମ୍ ତିନି ଜଣଙ୍କ ଠିକଣା ଠାବ କରିଥିଲା। ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ତିନି ଯୁବକଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ସଂପୃକ୍ତ ରାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।

Post Views: 7

 

Leave a Reply

Your email address will not be published. Required fields are marked *