
ବୈଜ୍ଞାନିକଙ୍କୁ ସମ୍ବୋଧନ କରିବା ବେଳେ ଭାବବିହ୍ବଳ ହୋଇପଡିଛନ୍ତି ପ୍ରଧାନମନ୍ତ୍ରୀ । ଏବଂ କହିଛନ୍ତି ଆପଣଙ୍କ ଗ୍ରହଣରେ ଏକ ଭିନ୍ନ ଖୁସି ଅନୁଭବ କରୁଛି । ଦକ୍ଷିଣ ଆଫ୍ରିକାରେ ଥାଇ ବି ମନ ଆପଣ ମାନଙ୍କ ସହ ଥିଲା ବୋଲି କହିଛନ୍ତି । ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ । ଇସ୍ରୋ ବୈଂଗ୍ୟାନିକ ଙ୍କୁ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହା ସହ ମୋଦୀ କହିଛନ୍ତି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପଏଣ୍ଟର ମଧ୍ୟ ନାମକରଣ କରାଯାଇଛି । ଯେଉଁଠାରେ ବିକ୍ରମ ଲ୍ୟାଣ୍ଡର ଅବତରଣ କରିଥିଲା, ସେହି ସ୍ଥାନର ନାଁ ଶିବଶକ୍ତି ରଖାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଶିବଙ୍କଠାରେ ମାନବ କଲ୍ୟାଣର ସଂକଳ୍ପ ନିହିତ । ଆଉ ଶକ୍ତିରେ ସଂକଳ୍ପ ପୂରା କରିବାର ସାମର୍ଥ୍ୟ ରହିଥାଏ । ସେହିପରି ଚନ୍ଦ୍ରଯାନ-୨ର ପାଦଚିହ୍ନ ସ୍ଥାନକୁ ମଧ୍ୟ ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସ୍ଥାନର ନାଁ ତ୍ରିରଙ୍ଗା ରଖାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଚନ୍ଦ୍ରଯାନ-୩ର ଅବତରଣ ବେଳେ ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଥିଲେ । ଏହି ସମୟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ଚନ୍ଦ୍ରଯାନ-୩ । ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା ଚନ୍ଦ୍ରଯାନ-୩। ଦକ୍ଷିଣ ମେରୁରେ ସ୍ପେସକ୍ରାଫ୍ଟ ଅବତରଣ କରାଇବାରେ ବିଶ୍ବରେ ପ୍ରଥମ ଦେଶ ହୋଇଛି ଭାରତ । ମହାକାଶ ଗବେଷଣାରେ ନୂଆ ମାଇଲଷ୍ଟୋନ ସ୍ଥାପନ କରିଛି ଇସ୍ରୋ ।
Post Views: 8