
ଜଷ୍ଟିସ୍ ଏଏସ୍ ବୋପନ୍ନା ଓ ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶଙ୍କ ପୀଠ ଜୈନଙ୍କ ମେଡିକାଲ ରିପୋର୍ଟକୁ ଧ୍ୟାନରେ ରଖି ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଜୁଲାଇ ୨୪ରେ ଦେଇଥିବା ଅନ୍ତରୀଣ ଜାମିନ୍ ୫ ସପ୍ତାହ ପାଇଁ ବଢ଼ାଇଥିଲେ।
ଇଡି ତରଫରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ୍ ଏସ୍ଭି ରାଜୁ ଅନ୍ତରୀଣ ଜାମିନ୍ ବଢ଼ାଇବାକୁ କଡ଼ା ବିରୋଧ କରିଥିଲେ। ସୁପ୍ରିମ୍କୋର୍ଟ ମେ’ ୨୬ରେ ଜୈନଙ୍କୁ ମେଡିକାଲ ଆଧାରରେ ୬ ସପ୍ତାହର ଅନ୍ତରୀଣ ଜାମିନ୍ ଦେଇଥିଲେ।
କୋର୍ଟ କହିଥିଲେ ଯେ ଜଣେ ନାଗରିକର ନିଜ ଖର୍ଚ୍ଚରେ ଘରୋଇ ହସ୍ପିଟାଲରେ ପସନ୍ଦ ଅନୁସାରେ ଚିକିତ୍ସା କରାଇବାର ଅଧିକାର ରହିଛି। ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ୪ କମ୍ପାନୀ ଜରିଆରେ ମନି ଲଣ୍ଡରିଂ ଅଭିଯୋଗରେ ଗତବର୍ଷ ମେ’ ୩୦ରେ ଗିରଫ କରିଥିଲା।
କହି ରଖୁଛୁ, ତିହାର ଜେଲରେ ମୁଣ୍ଡ ବୁଲାଇବା କାରଣରୁ ସତ୍ୟେନ୍ଦ୍ର ଜୈନ ଶୌଚାଳୟରେ ପଡ଼ିଯାଇଥିଲେ ଏବଂ ଏହାପରେ ତାଙ୍କୁ ଏକ ସରକାରୀ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ମଧ୍ୟ ସେ ଥରେ ଶୌଚାଳୟରେ ପଡ଼ିଯାଇଥିଲେ ଏବଂ ତାଙ୍କ ମେରୁଦଣ୍ଡ ହାଡ଼ରେ ଗଭୀର ଆଘାତ ଲାଗିଥିଲା।
Post Views: 6