Spread the love

 

ନୂଆଦିଲ୍ଲୀ :  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇ, ଛାତ୍ର ତଥା ସେହି ସମ୍ବନ୍ଧୀୟ ସ୍କୁଲଗୁଡ଼ିକ ପାଇଁ ଏକ ସତର୍କ ସୂଚନା ଜାରି କରିଛି। ସିବିଏସ୍ଇ ସୂଚନା ଦେଇଛି ଯେ ଯଦି ଛାତ୍ର ଏବଂ ସ୍କୁଲଗୁଡ଼ିକ ‘ଲିଷ୍ଟ ଅଫ କ୍ୟାଣ୍ଡିଡେଟ୍ସ’ ଫର୍ମ ଠିକ୍‌ ଭାବରେପୂରଣ ନକରନ୍ତି ତେବେ ଛାତ୍ରମାନେ ୨୦୨୪ ବୋର୍ଡ ପରୀକ୍ଷାରେ ଅଂଶ ନେଇ ପାରିବେ ନାହିଁ । ବୋର୍ଡର ଅଫିସିଆଲ ନୋଟିସ ଅନୁଯାୟୀ, ଫର୍ମରେ ଡେମୋଗ୍ରାଫିକ ଡିଟେଲ୍ସ ଏବଂ ଛାତ୍ରମାନଙ୍କ ଦ୍ୱାରା ବଛାଯାଇଥିବା ବିଷୟଗୁଡିକ ସଠିକ୍ ଭାବରେ ଦେବା ଅତ୍ୟନ୍ତ ଜରୁରୀ ।

ସିବିଏସ୍ଇ କହିଛି ଯେ ସେମାନେ ପୂର୍ବରୁ ଫର୍ମ ପୂରଣ କରିବା ସମୟରେ ସ୍କୁଲ ଏବଂ ଛାତ୍ରମାନଙ୍କ ମଧ୍ୟରେ ଅନିୟମିତତା ଏବଂ ସତର୍କତାର ଅଭାବ ଦେଖିଥିଲେ । ଅଫିସିଆଲ ନୋଟିଫିକେସନରେ ଲେଖାଯାଇଛି ଯେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ କ୍ୟାଣ୍ଡିଡେଟମାନଙ୍କ ଲିଷ୍ଟ ଦାଖଲ କରିବା ହେଉଛି, ପ୍ରତିବର୍ଷ ବୋର୍ଡର ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତି ଦିଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକଳାପ । ୨୦୨୩ ଏବଂ ୨୦୨୪ର ସେସନ୍‌ ପାଇଁ, ଯୋଗ୍ୟ ପ୍ରାର୍ଥୀଙ୍କ ତଥ୍ୟ ଦାଖଲ କରିବାର କାର୍ଯ୍ୟକଳାପ ଅଗଷ୍ଟ ୧୮, ୨୦୨୩ ରୁ ଆରମ୍ଭ ହୋଇଯାଇଛି । ପ୍ରାର୍ଥୀଙ୍କ ଲିଷ୍ଟ, CBSE ୱେବସାଇଟ୍ cbse dot gov ରେ ଦିଆଯାଇଥିବା ଇ-ପରିକ୍ଷା ଲିଙ୍କ୍ ମାଧ୍ୟମରେ ଦାଖଲ କରାଯାଉଛି ।

ଶିକ୍ଷା ବୋର୍ଡ ଏହା ମଧ୍ୟ କହିଛି ଯେ, ଛାତ୍ରଛାତ୍ରୀଙ୍କ ପାଇଁ ଭବିଷ୍ୟତରେ ହେଉଥିବା ସମସ୍ୟାକୁ ଏଡାଇବା ପାଇଁ ସେମାନଙ୍କ ଦ୍ୱାରା ସଠିକ୍ ତଥ୍ୟ ଦାଖଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଛାତ୍ରଛାତ୍ରୀଙ୍କ ଡାଟା ବା ତଥ୍ୟ ଠିକ୍ ସମୟରେ ଦାଖଲ କରିବାକୁ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି । କେବଳ ସେହି ଛାତ୍ରଛାତ୍ରୀମାନଙ୍କୁ ୨୦୨୩-୨୪ ସେସନ୍‌ର ଦଶମ ଏବଂ ଦ୍ୱାଦଶ ବୋର୍ଡର ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ, ଯେଉଁମାନଙ୍କର ନାମ ଏହି ଅନଲାଇନ ସବମିଶନ ପ୍ରକ୍ରିୟାରେ ପ୍ରସ୍ତୁତ ହୋଇ ଦାଖଲ କରାଯାଇଥିବ ।

Leave a Reply

Your email address will not be published. Required fields are marked *