
ମହିଳା ନର୍ସ ଜଣକ ପିଲାଙ୍କୁ ମାରିବା ପାଇଁ ନବଜାତକଙ୍କ ଶିରାରେ ପବନ ଏବଂ ଇନସୁଲିନ ଦେଉଥିଲେ । ଏହାଛଡା ଅତ୍ୟଧିକ ମାତ୍ରାରେ କ୍ଷୀର ଏବଂ ତରଳ ପଦାର୍ଥ ଖାଇବାକୁ ଦେଇଥିଲେ । ଗତବର୍ଷ ଅକ୍ଟୋବରରୁ ମହିଳା ନର୍ସଙ୍କ ନାମରେ ମକଦ୍ଦମା ଚାଲିଥିଲା ।
ମାଞ୍ଚେଷ୍ଟର୍ କ୍ରାଉନ୍ କୋର୍ଟ ୩୩ ବର୍ଷୀୟ ଲୁସି ଲେଟବୀ ଙ୍କୁ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୋମବାର ଦିନ ଏହି ଅଦାଲତ ତାଙ୍କୁ ଦଣ୍ଡାଦେଶ ଦେବେ।
ହସ୍ପିଟାଲ୍ର ପ୍ରସବ ୟୁନିଟରେ ୨୦୧୫ ଜୁନରୁ ୨୦୧୬ ଜୁନ୍ ମଧ୍ୟରେ କ୍ରମାଗତ ନବଜାତ ଶିଶୁ ମୃତ୍ୟୁ ଘଟିବାରୁ ନର୍ସ ଲୁସି ଲେଟବୀଙ୍କୁ ଗିରଫ କରାଯାଇଥିଲା। ଏଥିରେ ତାଙ୍କର ସମ୍ପୃକ୍ତି ନାହିଁ ବୋଲି ଲୁସି ଅଗ୍ରାହ୍ୟ କରିଥିଲେ। ୨୦୧୭ରେ ଯାଇ ଡାକ୍ତରମାନଙ୍କ କଥାକୁ ବିଶ୍ବାସ କରି ସେମାନଙ୍କୁ ପୋଲିସରେ ଅଭିଯୋଗ କରିବାକୁ ଅନୁମତି ଦିଆଯାଇଥିଲା ।
Post Views: 8