Spread the love

 

ଭୁବନେଶ୍ୱର : ଟିକସ ଦାଖଲ ବେଳେ ସତର୍କ ରହିବାକୁ ପରାମର୍ଶ। ଆୟକର ଦାଖଲ ବେଳେ ଅନେକ ଠକାମୀ ଅଭିଯୋଗ ଆସିବା ପରେ ସତର୍କ କଲା ଓଡ଼ିଶା ପୋଲିସ। ଆୟକର ଦାଖଲ କରିବାକୁ ଆୟକରଦାତାଙ୍କ ପାଖକୁ ଏସଏମଏ ଓ ମେଲରେ ନିର୍ଦ୍ଦେଶ ଆସୁଛି। ଏହାକୁ କ୍ଲିକ କରିବା ପରେ ଫେକ୍ ୱେବସାଇଟ ଦଖଲକୁ ଚାଲିଯାଉଛି।

ଏହା ଦ୍ବାରା ଆୟକର ଦାତାଙ୍କ ସମସ୍ତ ବ୍ୟାଙ୍କ ସୂଚନା ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସୂଚନା ସାଇବର ଲୁଟେରାଙ୍କ ପାଖରେ ପହଞ୍ଚିଯାଉଛି। ପରେ ଏହାକୁ ସାଇବର କ୍ରାଇମ ମାଧ୍ୟରେ ଦୁରୂପଯୋଗ କରାଯାଉଛି। ଏଭଳି କୌଣସି ସନ୍ଦେହଜନକ ଲିଙ୍କ ଆସିଲେ ତୁରନ୍ତ ୧୯୦୩କୁ ଯୋଗାଯୋଗ କରି ଅନଲାଇନ ଆର୍ଥିକ ଠକେଇ ନେଇ ଅଭିଯୋଗ କରିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ।

Leave a Reply

Your email address will not be published. Required fields are marked *