Spread the love

ପୁଣି କଡ଼ ଲେଉଟାଉଛି କରୋନା। ଚିହ୍ନଟ ହେଲା କୋଭିଡର ନୂଆ ଭାରିଆଣ୍ଟ BA.2.86. । ଅନେକ ମ୍ୟୁଟେସନ ପରେ ଏହା ରୂପ ନେଇଛି। ଏନେଇ ସ୍ପଷ୍ଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ- WHO। ଆମେରିକା, ଡେନମାର୍କ, ଇସ୍ରାଏଲ ଭଳି କେତେକ ଦେଶରେ ଏହା ବ୍ୟାପୀବାରେ ଲାଗିଛି।

କୋଭିଡର XBB.1.16ର ମ୍ୟୁଟେସନ ପରେ BA.2.86 ଭାରିଆଣ୍ଟ ସୃଷ୍ଟି ହୋଇଛି। ଏହାର ଷ୍ଟ୍ରେନ ଓ ବ୍ୟାପୀବାର କ୍ଷମତା ନେଇ ପରୀକ୍ଷାନିରୀକ୍ଷା ଚଳାଇଛି ଡବ୍ଲ୍ୟୁଏଚଓ। ଜୁଲାଇ ୨୪ ତାରିଖରେ ଏହାକ ପ୍ରଥମେ ଚିହ୍ନଟ କରାଯାଇଥିଲା। ଅଗଷ୍ଟ ୧୭ତାରିଖରେ ଏହାକୁ ଭାରିଆଣ୍ଟ ଅଣ୍ଡର ମନିଟରିଂ କାଟାଗୋରୀରେ ସ୍ଥାନିତ କରାଯାଇଛି।

ଆମେରିକାର ସିଡିସି ଏନେଇ ଅଧିକ ଗବେଷଣା ଜାରି ରଖିଛି। ଓମିକ୍ରନର ସବ ଭାରିଆଣ୍ଟ XBB.1.5. ର ୩୬ଟି ମ୍ୟୁଟେସନ ପରେ ଏହାକୁ ଚିହ୍ନଟ କରାଯାଇଥିବା ସିଡିସି ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *