Spread the love

ନୂଆଦିଲ୍ଲୀ:ଅନ୍ଧାର ଭିତରେ କିଛି ସମୟ ପାଇଁ ହଜିଗଲା ଆମେରିକାର ଏକ ସହର | ଆକାଶରୁ ଖସିଲା ମାଛ ଓ ଆମେରିକାର ନ୍ୟୁଜର୍ସି ସହରରେ କଟିଗଲା ବିଜୁଳି | ଆକାଶରୁ ଗୋଟାଏ ମାଛ ଖସିବା କାରଣରୁ ଆମେରିକାର ନ୍ୟୁଜର୍ସି ସହର ଅନ୍ତଗର୍ତ ସେରିଭିଲି ଅଞ୍ଚଳରେ ବିଜୁଳି କଟିଯାଇଥିଲା । ଗତ ଶନିବାର ଦିନ ସେରିଭିଲି ପୋଲିସ୍‌ ‘ଫେସ୍‌ବୁକ୍‌’ ପୋଷ୍ଟ୍‌ରେ ଏମିତି  କିଛି ଉଲ୍ଲେଖ କରିଥିବା ନେଇ ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି | ବିଜୁଳି କଟିଯିବା ଫଳରେ ସେରିଭିଲି ଅଞ୍ଚଳର ପ୍ରାୟ ୨,୧୦୦ରୁ ଅଧିକ ଲୋକ କିଛି ଘଣ୍ଟା ପାଇଁ ଅନ୍ଧାରରେ ରହିଥିଲେ।

ତେବେ ଏଠାରେ ଆପଣ ଭାବୁଥିବେ, ମାଛ ପାଇଁ ବିଜୁଳି କାହିଁକି କଟିଲା ? ତା ପୁଣି ଆକାଶରୁ ! ଆକାଶକୁ ମାଛ ଆସିଲା କେଉଁଠୁ ? ପ୍ରକୃତ କଥା ଥିଲା ଏମିତି । ସ୍ଥାନୀୟ ସରକାରୀ ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ଗୋଟାଏ ଶିକାରୀ ପକ୍ଷୀ ମାଛଟିକୁ ଧରି ଆକାଶରେ ଉଡିଯାଉଥିବା ବେଳେ ତା ପଞ୍ଝାରୁ ମାଛଟି ଖସି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଉପରେ ପଡ଼ି ଯାଇଥିଲା । ଏହି କାରଣରୁ ଟ୍ରାନ୍ସଫର୍ମର ଫାଟି ଯାଇଥିଲା | ତେଣୁ ସହରର ସେହି ଅଞ୍ଚଳକୁ ବିଜୁଳି ସେବା ଯୋଗାଇବାରେ ସମସ୍ୟା ସୃଷ୍ଟି ହୋଇଛି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *