Spread the love

କଟକ:  ଅଦାଲତ ଅବମାନନା ମାମଲାଗୁଡିକରେ ସରକାରୀ ଅଧିକାରୀଙ୍କୁ କିପରି ସମନ କରାଯିବ ସେ ନେଇ ଏକ ଏସଓପି ପାଇଁ ସରକାର, ସୁପ୍ରିମକୋର୍ଟଙ୍କୁ ସୁପାରିଶ କରିଛନ୍ତି। ସେଥିରେ ରହିଛି, ଅତି ଜରୁରୀ ଥିଲେ ହିଁ ସରକାରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୁହାଯାଉ। ସରକାରୀ ଅଧିକାରୀଙ୍କୁ ଡାକିବା ସମୟରେ ସଂଯମତା ରକ୍ଷା କରାଯାଉ। ସରକାରୀ ଅଧିକାରୀଙ୍କ କୌଣସି ନିର୍ଦ୍ଦେଶନାମାର ଶୁଣାଣି ବେଳେ ତାର ଆଇନଗତ ଦିଗ ଦେଖାଯାଉ।

ସରକାରୀ ଓକିଲଙ୍କ ମନ୍ତବ୍ୟ ଆଧାରରେ ଅଦାଲତ ଅବମାନନା ମାମଲା ନ ହେଉ। ନିଜ ରାୟର ଅବମାନନା ମାମଲାର ଶୁଣାଣି ନିଜେ ସେହି ବିଚାରପତି ନକରନ୍ତୁ। କୋର୍ଟ ଅର୍ଡର ପାଳନ କରିବାକୁ ସରକାରଙ୍କୁ ଆବଶ୍ୟକ ସମୟ ପ୍ରଦାନ କରାଯାଉ। ସରକାରୀ ଅଧିକାରୀଙ୍କ ପୋଷାକ ଉପରେ ଟିପ୍ପଣି ନ ଦିଆଯାଉ। ଅଦାଲତ ଅବମାନନା ଜାଣିଶୁଣି କରି ନଥିଲେ ତାର ସମୀକ୍ଷା ପାଇଁ ସରକାରଙ୍କୁ କହିଲେ ତାର ବିଚାର କରାଯିବ।

Leave a Reply

Your email address will not be published. Required fields are marked *