Spread the love

କେନ୍ଦ୍ରାପଡ଼ା: ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ବଜ୍ରପାତ ଘଟି ୧୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଦୁଇ ଛାତ୍ରୀ ଅମୃତା ପଣ୍ଡା ଓ ଆଦ୍ୟାଶା ଲକ୍ଷ୍ମୀ ସାମଲଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।

ସମସ୍ତ ଆହତ ହାଇସ୍କୁଲରୁ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା କୁଦନଗରୀ ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି। ୧୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪ ଜଣ ଛାତ୍ର ଓ ଦୁଇ ଜଣ ଛାତ୍ରୀ ଅଛନ୍ତି।

ସ୍କୁଲର ଶେଷ ପିରିୟଡ ଚାଲିଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ଏବଂ ଛାତ୍ରଛାତ୍ରୀମାନେ ନିଜ ଶ୍ରେଣୀଗୃହରେ ଥିବାବେଳେ ହଠାତ ଜୋରରେ ଲାଇଟିଂ ହୋଇଥିଲା। ଯାହାର ଶବ୍ଦ ଶୁଣି ସମସ୍ତେ ହଠାତ ଏକ ପ୍ରକାର ବଧିର ହୋଇଯାଇଥିଲେ କିଛି ସମୟ ପାଇଁ। କିଛି ଛାତ୍ର ସଙ୍ଗେ ସଙ୍ଗେ ଚେତା ହରାଇ ବସିଥିଲେ ଏବଂ ଆଉ କିଛି ଛାତ୍ର ମୁଣ୍ଡ ବୁଲାଇବା ଓ ବାନ୍ତି କରିବା ଭଳି ଦେଖିବାକୁ ମିଳିଥିଲା। ସେମାନେ କହିଛନ୍ତି ଯେ ବଜ୍ରପାତ ପରେ ସେମାନଙ୍କ ଶ୍ରେଣୀଗୃହରେ ସର୍ଟ ସର୍କିଟ୍ ହୋଇଥିଲା।

ସ୍କୁଲର ଶିକ୍ଷକ ଓ ଗ୍ରାମବାସୀ ତୁରନ୍ତ ଆହତ ଛାତ୍ରଛାତ୍ରୀଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ, ସେଠାରୁ ଅମ୍ରିତା ଓ ଆଦ୍ୟାଶାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *