Spread the love

ଭାରତ ବିବିଧତାର ଦେଶ । ଏଠାରେ ଆପଣ ବାର ମାସ ରେ ତେର ପର୍ବ ପାଳନ ହାଉଥିବାର ଦେଖିବେ । ଏହାସହ ଦେଶରେ ଥିବା ଅସଂଖ୍ୟ ମନ୍ଦିରର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ମଧ୍ୟ ହେବେ । ତେବେ ବି ଏଠାକୁ ବାହାର ଦେଶରୁ ଅନେକ ଲୋକ ଆସିଥାନ୍ତି ଦର୍ଶନ କରିବା ପାଇଁ.. ଏଠାରେ ଥିବା ପ୍ରତେକ ମନ୍ଦିର ପଛରେ ରହିଛି ଅନେକ ରହସ୍ୟ , ଯାହାକି ଦେବଦେବୀଙ୍କ ସହ ଜଡିତ ଥାଏ ।

ହିମାଞ୍ଚଳ ପ୍ରଦେଶ ଦେବ-ଭୂମି ନାମରେ ପରିଚିତ। ଏହି ସ୍ଥାନରେ ଦେବତାମାନେ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ । ପୁରା ହିମାଞ୍ଚଳ ପ୍ରଦେଶରେ ୨୦୦୦ରୁ ଅଧିକ ମନ୍ଦିର ରହିଛି, ଯାହା ଆକର୍ଷଣର କେନ୍ଦ୍ର ପାଲଟିଛି। ଏହି ମନ୍ଦିର ମଧ୍ୟରେ ଚାମୁଣ୍ଡା ଦେବୀ ମନ୍ଦିର ଏକ ପ୍ରମୁଖ ମନ୍ଦିର। ଏହି ମନ୍ଦିର ହିମାଞ୍ଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାରେ ଅବସ୍ଥିତ। ୫୧ଟି ଶକ୍ତି ପୀଠ ମଧ୍ୟରୁ ଚାମୁଣ୍ଡା ଦେବୀ ମନ୍ଦିର ଅନ୍ୟତମ। ଏଠାରେ ସର୍ବଦା ଅନେକ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଥାଏ।

ମାନ୍ୟତା ରହିଛି ଏଠାକୁ ଆସୁଥବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏଠାରେ ଭୂତନାଥ ଭଗବାନ ଆତୁତୋଷ ଶିବଶଙ୍କର ମୄତ୍ୟୁ ଶବ ବିସର୍ଜନ ଏବଂ ବିନାଶର ରୂପ ଧାରଣ କରି ସାକ୍ଷାତ ଚାମୁଣ୍ଡା ମାତାଙ୍କ ସହ ବିରାଜମାନ କରିଛନ୍ତି। ଯାତ୍ରୀମାନେ କିଛି ଦିନ ପର୍ଯ୍ୟନ୍ତ ଏଠାରେ ରହିବା ପାଇଁ ସୁବିଧା ମଧ୍ୟ ରହିଛି।

ଏହା ସେହି ସ୍ଥାନ ଯେଉଁଠାରେ ଦୁଇ ଜଣ ଦାନବ ଚଣ୍ଡ-ମୁଣ୍ଡ ଦେବୀ ଦୁର୍ଗାଙ୍କ ସହ ଯୁଦ୍ଧ କରିବାକୁ ଆସିଥିଲେ। ଯୁଦ୍ଧର ଶେଷରେ ଦେବୀ କାଳୀ ରୂପ ଧାରଣ କରି ଦୁଇ ଦାନବଙ୍କ ବଧ କରିଥିଲେ। ଏହାପରେ ଦେବୀ କାଳୀ ଅମ୍ବିକାଙ୍କୁ ଚଣ୍ଡ-ମୁଣ୍ଡଙ୍କର କଟା ମୁଣ୍ଡକୁ ଉପହାର ସ୍ବରୂପ ପ୍ରଦାନ କରିଥିବା ସମୟରେ ଦେବୀ ଅମ୍ବିକା ମା କାଳୀଙ୍କୁ ବିଶ୍ବରେ ଚାମୁଣ୍ଡା ଦେବୀ ନାମରେ ପ୍ରସିଦ୍ଧ ହେବାର ବର ପ୍ରଦାନ କରିଥିଲେ।

 

ଏହି ମନ୍ଦିର ବହୁତ ଲମ୍ବା ଏବଂ ଏହାର ଦୁଇଟି ମହଲା ରହିଛି। ପ୍ରଥମ ମହଲାରେ ମା’ ଙ୍କ ଭବ୍ୟ ମନ୍ଦିର ଅବସ୍ଥିତ। ମନ୍ଦିରର ଏକ ବଡ଼ ସ୍ଥାନ ରହିଛି ଯେଉଁଠାରେ ଭକ୍ତମାନେ ଧାଡିରେ ମା’ ଙ୍କୁ ଦର୍ଶନ କରିଥାନ୍ତି। ମୂର୍ତ୍ତିର ଉପରି ଭାଗରେ ଏକ ଛୋଟ ପର୍ବତ ରହିଛି ଏବଂ ତଳ ମହଲାରେ ଲୋକମାନେ ସ୍ନାନ କାର୍ଯ୍ୟ ଆଦି ସାରି ଦର୍ଶନ କରିବା ପାଇଁ ଆସିଥାନ୍ତି। ଏଠାରେ ପ୍ରସାଦ ମନ୍ଦିର ଦ୍ବାରା ହିଁ ବିକ୍ରୟ କରାଯାଇଥାଏ। ମୁଖ୍ୟ ମନ୍ଦିରର ପଛରେ ଏକ ବଡ଼ ଗୁମ୍ଫା ରହିଛି, ଯାହା ମଧ୍ୟରେ ଭଗବାନ ଶଙ୍କର ବରାଜମାନ କରିଛନ୍ତି। ବିଶେଷ କଥା ହେଉଛି ଏହି ଗୁମ୍ଫାରେ ଗୋଟେ ଥରରେ ଜଣେ ହିଁ ଭକ୍ତ ପ୍ରବେଶ କରିପାରିବେ। ଏହି ମନ୍ଦିରର ଚର୍ତୁପାଶ୍ବରେ ମଧ୍ଯ ଅନେକ ଦର୍ଶନୀୟ ମନ୍ଦିର ଅବସ୍ଥିତ।

Leave a Reply

Your email address will not be published. Required fields are marked *