Spread the love

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ଏମିତି କିଛି କରିଛନ୍ତି, ଯାହା ସମସ୍ତଙ୍କ ହୃଦୟ ଜିତି ପାରିଛି। ସେ ବର୍ତ୍ତମାନ ସୋଶାଲ ମିଡିଆରେ ଛାଇ ଯାଇଛନ୍ତି। ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ମତ ରଖିବା ପୂର୍ବରୁ ହିଁ ରାହୁଲ ଗାନ୍ଧି ସୋଶାଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲେ। ଭାଷଣ ପରେ ସେ ଆହୁରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି।

କିନ୍ତୁ ସଂସଦକୁ ଯିବା ବାଟରେ ହିଁ ରାହୁଲ ଗାନ୍ଧି ନିଜର ମାନବିକତାର ପରିଚୟ ଦେଇଥିଲେ। ସେ ସୁରକ୍ଷା ବଳୟ ମଧ୍ୟରେ ନିଜ କାର୍‌ରେ ସଂସଦ ଅଭିମୁଖେ ଯାଉଥିଲେ। ତେବେ ତାଙ୍କ କନଭୟ ପାସ୍‌ କରୁଥିବା ରାସ୍ତାରେ ହଠାତ୍‌ ଜଣେ ସ୍କୁଟି ଚାଲକ ପଡ଼ି ଯାଇଥିଲେ। ଏହା ରାହୁଲଙ୍କ ନଜରକୁ ଆସିଥିଲା।

ସେ ତୁରନ୍ତ କନଭୟକୁ ଅଟକାଇବା ସହ କାର୍‌ରୁ ବାହାରି ପଡ଼ିଥିଲେ। ଏହାପରେ ସେ ଚାଲି ଚାଲି ସ୍କୁଟିରୁ ପଡ଼ି ଯାଇଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚି ଯାଇଥିଲେ। ୫୩ ବର୍ଷୀୟ ରାହୁଲ ତଳେ ପଡ଼ି ଯାଇଥିବା ବ୍ୟକ୍ତିଙ୍କ ସହ ହାତ ମିଳାଇବା ସହ ଆପଣଙ୍କୁ ଆଘାତ ଲାଗିନି ତ ବୋଲି ପ୍ରଶ୍ନ କରିଥିଲେ।

ସେ ଠିକ ଥିବା କହିବା ପରେ ରାହୁଲ ପୁଣି ନିଜ କାର୍‌ରେ ବସି ସଂସଦ ଅଭିମୁଖେ ଯାଇଥିଲେ। ରାହୁଲଙ୍କ କନଭୟ କିମ୍ବା ସୁରକ୍ଷା ବ୍ୟବସ୍ଥା ଯୋଗୁ ବ୍ୟକ୍ତି ଜଣଙ୍କ ସ୍କୁଟିରୁ ପଡ଼ି ଯାଇ ନଥିଲେ। ରାହୁଲଙ୍କ କନଭୟ ଠାରୁ ଯଥେଷ୍ଟ ଦୂରରେ ସେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ। ତଥାପି ରାହୁଲ ମାନବିକତା ଦେଖାଇ ତାଙ୍କ ପାଖକୁ ଯାଇଥିଲେ।

କଂଗ୍ରେସ ପକ୍ଷରୁ ଘଟଣା ବେଳର ଭିଡିଓକୁ ଟ୍ୱିଟ କରାଯାଇଛି ଓ ଏହାର କ୍ୟାପସନ ଜନନାୟକ ରଖାଯାଇଛି। ଏହାକୁ ଅନେକ ଲୋକ ପ୍ରଶଂସା କରିବା ସହ ରାହୁଲ ଗାନ୍ଧି ହୃଦୟ ଜିତିବାକୁ ସକ୍ଷମ ହୋଇଥିବା କହିଛନ୍ତି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧି ଆଜି ଲୋକସଭାରେ ମଧ୍ୟ ନରେନ୍ଦ୍ର ମୋଦି ସରକାରଙ୍କୁ ମଣିପର ପ୍ରସଙ୍ଗରେ ତୀବ୍ର ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାର ମଣିପୁରରେ ଭାରତକୁ ହତ୍ୟା କରିଥିବା ବେଳେ ଏବେ ହରିଆଣାକୁ ଜାଳିବା ପାଇଁ ଚେଷ୍ଟା କରୁଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *