Spread the love

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ମଦ୍ୟପ ଯୁବକ ବିଚ୍‌ ରାସ୍ତାରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ନିବସ୍ତ୍ର କରି ଦେବା ଭଳି କାଣ୍ଡ ଘଟାଇଛି। ମଦ ନିଶାରେ ଯୁବକ ଜଣଙ୍କ ବିଚ୍‌ ରାସ୍ତାରେ ଏପରି କାମ କରିଥିବା ବେଳେ ସେଠାରେ ତା’ ମା ମଧ୍ୟ ଉପସ୍ଥିତ ଥିଲା।

ହେଲେ ସେ ଜଣେ ମହିଳା ହୋଇ ମଧ୍ୟ ଆଉ ଜଣେ ମହିଳାଙ୍କୁ କୌଣସି ପ୍ରକାରର ସହଯୋଗ କରି ନଥିଲା। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବାଲାଜୀ ନଗର ରାସ୍ତାରେ ଏହି ଘଟଣା ଘଟିଛି। ଏହାର ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୮.୩୦ରେ ବାଲାଜୀ ନଗର ବସ ଷ୍ଟାଣ୍ଡ ନିକଟରେ ପୂରା ଘଟଣା ଘଟିଥିଲା। ମହିଳା ଜଣଙ୍କ ଗୋଟିଏ କପଡ଼ା ଦୋକାନାରୁ ଫେରି ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ମଦ୍ୟପ ଯୁବକ ପେଦ୍ଦାମରୈୟା ତାଙ୍କୁ ଅଟକାଇଥିଲା।

ସେ ଅତ୍ୟନ୍ତ ଆପତ୍ତିଜନକ ଭାବେ ମହିଳାଙ୍କୁ ସ୍ପର୍ଶ କରିଥିଲା। ମହିଳା ଜଣଙ୍କୁ ଏଥିରୁ ରକ୍ଷା ପାଇବା ପାଇଁ ପେଦ୍ଦାମରୈୟା ଧକ୍କା ମାରି ସେଠାରୁ ଚାଲି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ତାଙ୍କୁ ଅଟାଇବା ସହ ଅସଦାଚରଣ କରିଥିଲା। ଏପରି କି ବିଚ୍‌ ରାସ୍ତାରା ତାଙ୍କ ଡ୍ରେସକୁ ଚିରିବା ଆରମ୍ଭ କରିଥିଲା। କିଛି ସମୟ ମଧ୍ୟରେ ସେ ମହିଳାଙ୍କୁ ପୂରା ନିବସ୍ତ୍ର କରି ଦେଇଥିଲା।

ଏହି ସମୟରେ ପେଦ୍ଦାମରୈୟାର ମା’ ମଧ୍ୟ ସେଠାରେ ଉପସ୍ଥିତ ଥିଲା। କିନ୍ତୁ ସେ ମହିଳାଙ୍କୁ କୌଣସି ପ୍ରକାରର ସହଯୋଗ କରି ନଥିଲା। ରାସ୍ତାରେ ଲୋକମାନେ ଯିବା ଆସିବା କରୁଥିଲେ ହେଁ କେହି ଏଥିରେ ହସ୍ତକ୍ଷେପ କରି ନଥିଲେ।

କିଛି ସମୟ ପରେ ଜଣେ ମହିଳା ସେହି ବାଟ ଦେଇ ସ୍କୁଟିରେ ଯାଉଥିଲେ। ସେ ଏହାକୁ ବିରୋଧ କରିଥିଲେ। କିନ୍ତୁ ପେଦ୍ଦାମରୈୟା ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଏସବୁ ଭିତରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲା।

କିଛି ମହିଳା ଗୋଟିଏ ବ୍ଲୁ ପ୍ଲାଷ୍ଟିକ ଶିଟ୍‌ ଦ୍ୱାରା ମହିଳାଙ୍କୁ ଘୋଡ଼ାଇ ଦେଇଥିଲେ। କିନ୍ତୁ ସେ ୧୫ ମିନିଟ କାଳ ସେମିତି ନିବସ୍ତ୍ର ଭାବେ ରାସ୍ତା ଉପରେ ଛିଡ଼ା ହୋଇଥିଲା।

ମହିଳାଙ୍କ ବୟସ ୨୮ ବର୍ଷ। ତାଙ୍କୁ ଅଭିଯୋଗରେ ପୁଲିସ୍‌ ମାମଲା ରୁଜୁ କରିଛି। ପେଦ୍ଦାମରୈୟା ଜଣେ ଶ୍ରମିକ। ଓ ସେ ନିୟମିତ ମଦ ପିଏ ବୋଲି ପୁଲିସ୍‌ କହିଛି।

Leave a Reply

Your email address will not be published. Required fields are marked *