Spread the love

ଭାରତ ଏକ ଧାର୍ମିକ ଦେଶ। ଏଠାରେ କେଉଁ ପ୍ରାଚୀନ କାଳରୁ ମନ୍ଦିରର ବିଶେଷ ମହତ୍ତ୍ୱ ରହି ଆସିଛି। କିଛି ମନ୍ଦିର ଏପରି ବି ଅଛି, ଯାହାକୁ ଚମତ୍କାରୀ ବୋଲି କୁହାଯାଏ। ଏଠାରେ ଥିବା ପ୍ରତ୍ୟେକଟି ମନ୍ଦିର ନିଜ ନିଜର ଗୁରୁତ୍ୱ ରଖି ଆସିଛନ୍ତି। ତେବେ କେତେକ ମନ୍ଦିରରେ ଅନେକ ରହସ୍ୟ ଲୁଚି ରହିଛି, ଯାହା ଉପରୁ ଆଜି ପର୍ଯ୍ୟନ୍ତ ବି ପରଦା ଉଠିପାରିନାହିଁ। ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ହିନ୍ଦୁ ଧର୍ମରେ ୩୩ କୋଟି ଦେବା ଦେବୀ ଅଛନ୍ତି । କୁହାଯାଏ ହନୁମାନଙ୍କୁ ପୂଜା କଲେ ସମସ୍ତ ପ୍ରକାର କଷ୍ଟ ଦୂର ହୋଇଥାଏ । ଦେଶରେ ଅନେକ ହନୁମାନ ମନ୍ଦିର ରହିଛି । ଯେଉଁଠାର ଭଗବାନଙ୍କ ଅରାଧନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । କିନ୍ତୁ ଭାରତରେ ବଜରଙ୍ଗବଲୀଙ୍କର ଏମିତି ଏକ ମନ୍ଦିର ରହିଛି ଯେଉଁଠାରେ ଲୋକଙ୍କ ଭଙ୍ଗା ହାଡ଼ ଯୋଡି ହୋଇଯାଏ ।

ଏହି ମନ୍ଦିର ମଧ୍ୟ ପ୍ରଦେଶର କଟନିଠାରୁ ପାଖାପାଖି 35 କିମି ଦୂର ମୋହାସ ଗାଁରେ ଅବସ୍ଥିତ। ମନ୍ଦିରରେ ହନୁମାନ ପୂଜା ପାଉଛନ୍ତି। ମନ୍ଦିର ବିଷୟରେ ଏତିକି କୁହାଯାଏ କି, ଏଠାରେ ଲୋକଙ୍କ ଭଙ୍ଗା ହାଡ଼ ଯୋଡି ହୋଇଯାଏ। ମନ୍ଦିରରେ ପ୍ରତି ଶନିବାର ଏବଂ ମଙ୍ଗଳବାର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଅବସରରେ ଅନେକ ଶ୍ରଦ୍ଧାଳୁ ଏଠାକୁ ଧାଇଁ ଆସନ୍ତି। ଏହି ଦୁଇ ଦିନ ଭକ୍ତମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ଏହି ମନ୍ଦିରକୁ କାହାକୁ ଷ୍ଟ୍ରେଚରରେ ତ କାହାକୁ ପିଠିରେ, ପୁଣି କାହାକୁ ଆମ୍ବୁଲାନ୍ସରେ ଅଣାଯାଇଥାଏ।

ଜଣେ ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ, ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ପରେ ଭକ୍ତମାନଙ୍କୁ ଆଖି ବନ୍ଦ କରିବାକୁ କୁହାଯାଇଥାଏ। ଏହାସହିତ ସେମାନଙ୍କୁ ‘ରାମ ନାମ’ ଜପ କରିବାକୁ କୁହାଯାଏ। ଯେତେବେଳେ ଭକ୍ତମାନେ ଆଖି ବନ୍ଦ କରନ୍ତି, ସେତେବେଳେ ପଣ୍ଡିତ କିମ୍ବା ତାଙ୍କ ସହାୟକ ପୀଡ଼ିତମାନଙ୍କୁ ପତ୍ର ତଥା ଜଡ ରୂପୀ ଔଷଧି ଦେଇଥାନ୍ତି। ଏହାକୁ ଭଲ ଭାବେ ଚୋବାଇ ଚୋବାଇ ଖାଇବାକୁ କୁହନ୍ତି। କୁହାଯାଏ କି, ଏହି ଔଷଧକୁ ଖାଇବା ପରେ ରୋଗୀ ଲୋକର ଭଙ୍ଗା ହାଡ଼ ଆପେ ଯୋଡ଼ି ହୋଇଯାଇଥାଏ। କିଛିଦିନ ପରେ ବ୍ୟକ୍ତି ଜଣକ ସୁସ୍ଥ ହୋଇଥାଏ।

ରାମ ଭକ୍ତ ହନୁମାନଙ୍କୁ କଳିଯୁଗର ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ। ଶ୍ରୀ ହନୁମାନ ନିଜ ଭକ୍ତର ସମସ୍ତ କଷ୍ଟ ଦୂର କରିଥାନ୍ତି। ତାଙ୍କ କୃପାରୁ ବ୍ୟକ୍ତିଙ୍କର କେବେ ବି ଅର୍ଥର ଅଭାବ ହୁଏ ନାହିଁ। ଯଦି ଆପଣ ସବୁବେଳେ ଆର୍ଥିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି, କାମ ହେଉ ହେଉ ବନ୍ଦ ହୋଇଯାଉଛି, ସମାଜରେ ସମ୍ମାନ ମିଳୁନାହିଁ। ତେବେ ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିପାରିବେ। ମଙ୍ଗଳବାର ଦିନ ହନୁମାନଙ୍କର ଦିନ। ଏହି ଦିନ ହନୁମାନ ଚାଳିଶା ପାଠ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।

Leave a Reply

Your email address will not be published. Required fields are marked *