Spread the love

କିଛି ଦିନ ହେବ ଲଗାତାର ଭାବେ ବିମାନ ଯାତ୍ରା ସମୟରେ ତ୍ରୁଟି ଦଖିବାକୁ ମିଳୁଛି। କେତେବେଳେ ଯାନ୍ତ୍ରୀକ ତ୍ରୁଟି କାରଣରୁ ବିମାନ ଜରୁରୀ ଅବତରଣ କରୁଛି ତ ଆଉ କେତେବେଳେ ଯାତ୍ରୀଙ୍କ ଦୁର୍ବ୍ୟବହାର ଖବର ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ଆସିଛି ଆଉ ଏକ ତ୍ରୁଟି। ବିନା ଏସିରେ ଇଣ୍ଡିଗୋ ବିମାନ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ଅଭିଯୋଗ ହୋଇଛି। ଆଉ ଏ ଅଭିଯୋଗ ଖୋଦ୍ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅମରିନ୍ଦର ସିଂହ ରାଜା ୱାରିଙ୍ଗ କରିଛନ୍ତି।

ଶନିବାର ଅମରିନ୍ଦର ସିଂହ ଇଣ୍ଡିଗୋ ବିମାନରେ ଚଣ୍ଡିଗଡ଼ରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କର ସବୁଠାରୁ ସ୍ମରଣୀୟ ଆଉ ଯନ୍ତ୍ରଣାଦାୟକ ଅନୁଭୂତି ସେଆର୍ ଛନ୍ତି। ସୋଶାଲ୍ ମିଡିଆ ପୋଷ୍ଟରେ ସେ ଏକ ଭିଡିଓ ସେଆର୍ କରି କହିଛନ୍ତି ଯେ, ‘ବିନା ଏସିରେ ଦେଢ ଘଣ୍ଟା ଯାତ୍ରା କରିଛନ୍ତି ଯାତ୍ରୀ। ପ୍ରଥମେ ଯାତ୍ରୀଙ୍କୁ ଉତ୍ତାପରେ ପ୍ରାୟ 10-15 ମିନିଟ୍ ଅପେକ୍ଷା କରାଇବା ପରେ ଏସି ବିନା ବିମାନ ଉଡାଣ ଆରମ୍ଭ ହୋଇଥିଲା।’

‘ଉଡ଼ାଣଠୁ ଆରମ୍ଭ କରି ଅବତରଣ ପର୍ଯ୍ୟନ୍ତ, ଏସି ବନ୍ଦ ହୋଇଯାଇଥିଲା ଏବଂ ସମସ୍ତ ଯାତ୍ରୀଙ୍କୁ ବିମାନ ମଧ୍ୟରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ ଏହାର କୌଣସି ସମାଧାନ କରାଯାଇ ନ ଥିଲା। ଏୟାର ହୋଷ୍ଟେସ୍ ଯାତ୍ରୀମାନଙ୍କୁ ଝାଳ ପୋଛିବା ପାଇଁ ଟିସୁ ଦେଇଥିଲେ।’ ଭିଡିଓରେ ମଧ୍ୟ ଯାତ୍ରୀମାନେ ବିବ୍ରତ ହେଉଥିବା ଦେଖିବାକୁ ମିଳିଛି। କେହି କେହି ପବନ ପାଇଁ କାଗଜ କିମ୍ୱା ନିଜ ହାତକୁ ବ୍ୟବହାର କରିଛନ୍ତି। ସୂଚନା ଅନୁସାରେ, ଇଣ୍ଡିଗୋରେ ଗୋଟିଏ ଦିନରେ ଏହା ତୃତୀୟ ଘଟଣା ଥିଲା। ବାରମ୍ୱାର ଏପରି ଯାନ୍ତ୍ରୀକ ତ୍ରୁଟି ଘଟୁଥିବା ବେଳେ ବିମାନ କର୍ତ୍ତୃପକ୍ଷ ସଜାଗ ନ ହେବା ଏକ ବଡ ପ୍ରଶ୍ନ।

Leave a Reply

Your email address will not be published. Required fields are marked *