Spread the love

ଯାଜପୁର: ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଉପୁଜି ଥିବା ବନ୍ୟା ପରିସ୍ଥିତିର ମୁକାବିଲା କରିବା ଲାଗି ବୁଧବାର ଦିନ ଏକ ଜରୁରୀ ବୈଠକ ସ୍ୱତନ୍ତ୍ର ରିଲିଫ କମିସନର(ଏସ୍‌ଆରସି)ଙ୍କ ସହିତ କରି ସାରିବା ପରେ ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯାଜପୁର ଜିଲ୍ଲା ତଥା ଦଶରଥପୁର ବ୍ଲକର ବିଭିନ୍ନ ବନ୍ୟା ପ୍ଲାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ଗୁରୁବାର ଦଶରଥପୂର ବ୍ଲକର ବନ୍ୟା ପ୍ଲାବିତ ଦତ୍ତପୁର ପଞ୍ଚାୟତର ବିଭିନ୍ନ ତଳିଆ ସ୍ଥାନ ଅଂଚଳରେ ବସବାସ କରୁଥିବା ଲୋକଙ୍କ ପାଖରେ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧି ମାନଙ୍କ ସହିତ ପହଞ୍ଚି ଲୋକମାନଙ୍କ ସମସ୍ୟା ବୁଝିବା ସହିତ ବନ୍ୟା ସ୍ଥିତିର ଜଟିଳତା ପୂର୍ବରୁ ଲୋକମାନଙ୍କ ଧନ ଜୀବନ କିପରି ସୁରକ୍ଷିତ ରହିପାରିବ ସେ ଲାଗି ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିମାନଙ୍କୁ ନିର୍ଦେଶ ଦେବା ସହିତ ଶୀଘ୍ରାତିଶୀଘ୍ର ଲୋକ ମାନଙ୍କ ପାଖରେ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *