Spread the love

ବିବିଧତାର ଦେଶ ଭାରତ । ଏଠାରେ ଆପଣ ବାର ମାସ ରେ ତେର ପର୍ବ ପାଳନ ହାଉଥିବାର ଦେଖିବେ । ଏହାସହ ଦେଶରେ ଥିବା ଅସଂଖ୍ୟ ମନ୍ଦିରର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ମଧ୍ୟ ହେବେ । ତେବେ ବି ଏଠାକୁ ବାହାର ଦେଶରୁ ଅନେକ ଲୋକ ଆସିଥାନ୍ତି ଦର୍ଶନ କରିବା ପାଇଁ.. ଏଠାରେ ଥିବା ପ୍ରତେକ ମନ୍ଦିର ପଛରେ ରହିଛି ଅନେକ ରହସ୍ୟ , ଯାହାକି ଦେବଦେବୀଙ୍କ ସହ ଜଡିତ ଥାଏ । ଭାରତରେ ଏପରି ଅନେକ ମନ୍ଦିର ରହିଛି ଯାହା ବିଭିନ୍ନ ଚମତ୍କାର ଭରା କାହାଣୀ ରହିଛି। ଏପରିକି ସେହି ମନ୍ଦିରରେ ମାଗିଥିବା ସମସ୍ତ ମନସ୍କାମନା ମଧ୍ୟ ପୂରା ହୋଇଥାଏ। ଆଜି ଆମେ ଆପଣଙ୍କୁ ଭାରତରେ ରହିଥିବା ସେହିପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ସମସ୍ତ ଇଛା ପୂରା ହୋଇଥାଏ। ଆଜ୍ଞା ହଁ, ମଧ୍ୟପ୍ରଦେଶରେ ରହିଛି ଏପରି ଏକ ମନ୍ଦିର ଯେଉଁଠାରେ ଓଲଟା ସ୍ବସ୍ତିକ କରିବା ଦ୍ବାରା ସମସ୍ତ ଇଛା ପୂରଣ ହୋଇଥାଏ।

ପୁରାଣଶାସ୍ତ୍ର ଅନୁଯାୟୀ, ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଭିନ୍ନ ପ୍ରକାରର ଗଣେଶ ମନ୍ଦିର ରହିଛି। ଏହି ମନ୍ଦିରର ପଛ କାନ୍ଥରେ ଅର୍ଥାତ୍ ଗଣେଶଙ୍କ ପିଠିରେ ଓଲଟା ସ୍ବସ୍ତିକ ବନାଇବା ଦ୍ବାରା ସମସ୍ତ ମନବାଞ୍ଝା ପୂର୍ଣ୍ଣ ହୋଇଥାଏ। ଏହି ମନ୍ଦିରର ନାମ ଖାଜାରଣ ମନ୍ଦିର । ଏପରି କୁହାଯାଇଥାଏ କି ,ସେଠାକୁ ଯାଇଥିବା ପ୍ରତ୍ୟୋକ ଭକ୍ତ ମାନସିକ ପୂର୍ଣ୍ଣ ହେବାପରେ ପୁଣି ଥରେ ସେହି ମନ୍ଦିରକୁ ଫେରିଥାନ୍ତି।

ଏହି ଗଣେଶ ମନ୍ଦିରର ବୁଧବାର ପୂଜାର ଅଧିକ ମାନ୍ୟତା ରହିଛି। ଏହି ଦିନ ଗଣେଶଙ୍କ ସଜବାଜ ପରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଇଥାଏ। ଏପରିକି ସନ୍ଧ୍ୟାର ଆରତି ଦେଖିବା ପାଇଁ ଏଠାରେ ଖୁବ ଭିଡ଼ ମଧ୍ୟ ଜମିଥାଏ। ମନ୍ଦିର ଖୁବ ପ୍ରସିଦ୍ଧ। ଏହାର ଲୋକପ୍ରିୟତା ଖୁବ୍। ଏପରିକି ଭାରତୀୟ କ୍ରିକେଟ ଟିମ୍ ଇନ୍ଦେରକୁ ଖେଳି ଆସିବା ସମୟରେ ଏହି ମନ୍ଦିରର ନିଶ୍ଚିତ ଦର୍ଶନ କରିଥାନ୍ତି। ଏହି ମନ୍ଦିରର ନିର୍ମାଣ ୧୭୩୩ ମସିହାରେ ହୋଲ୍କର ବଂଶର ମହାରାଣୀ ଅହିଲିୟାବାଇ କରିଥିଲେ।

ଭଗବାନ ଗଣେଶଙ୍କୁ ସୁଖକର୍ତ୍ତା ଏବଂ ଦୁଃଖହର୍ତ୍ତା ଦେବତା ଭାବରେ ପୂଜା କରାଯାଏ । ଯେକୌଣସି ପୂଜାପାଠ ସମୟରେ ତାଙ୍କୁ ହିଁ ପ୍ରଥମେ ସ୍ମରଣ କରାଯାଇଥାଏ। ବିଶ୍ଵାସ କରାଯାଏ ଯେ ଯିଏ ଭଗବାନ ଗଣେଶଙ୍କ ଆଶୀର୍ବାଦ ପାଆନ୍ତି, ତାଙ୍କର ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ। ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ବୁଧବାର ଗଣେଶଙ୍କ ଦିନ ଭାବରେ ବିବେଚନା କରାଯାଏ। ଯେଉଁମାନଙ୍କର ରାଶିଫଳରେ ବୁଧ ଦୋଷ ଥାଏ କିମ୍ବା ଯେଉଁମାନେ ନିଜ କାର୍ଯ୍ୟରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୁଅନ୍ତି, ଯଦି ସେମାନେ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ବୁଧବାର ଦିନ କିଛି ପୂଜା କରନ୍ତି, ତେବେ ସେମାନେ ନିଶ୍ଚିତ ଭାବରେ ଲାଭ ପାଇବେ।ଗଣପତି ବାପା ସିନ୍ଦୂରକୁ ବହୁତ ଭଲ ପାଆନ୍ତି। ନିଜର ସୁଖ ସମୃଦ୍ଧି ପାଇଁ ଲାଲ୍ ସିନ୍ଦୁର ଅର୍ପଣ କରନ୍ତୁ। ଏହାକୁ ଭଗବାନ ଗଣେଶଙ୍କୁ ଅର୍ପଣ କରିବା ପରେ ନିଜ କପାଳରେ ସିନ୍ଦୁର ତିଲକ ଲଗାନ୍ତୁ। ଏହା ସହିତ ଗଣେଶଙ୍କର ଅନୁଗ୍ରହ ପ୍ରାପ୍ତ ହୁଏ, ଆପଣଙ୍କ କାର୍ଯ୍ୟ ଠିକ୍ ଭାବେ ହୁଏ। ଏହା ବ୍ୟତୀତ ପ୍ରଭୁ ଗଣେଶ ଆର୍ଥିକ ପରିସ୍ଥିତି ମଧ୍ୟ ଠିକ୍ କରନ୍ତି।

Leave a Reply

Your email address will not be published. Required fields are marked *