Spread the love

କଣିହାଁ: ଲଗାଣ ବର୍ଷାରେ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଭୟଙ୍କର ରୂପ ଧାରଣ କରିଛି। ଗତ ଦୁଇଦିନ ଧରି ପ୍ରବଳ ବର୍ଷାହେବା ଦ୍ବାରା କଣିହାଁ ବ୍ଲକରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ଶାଖା ନଦୀ ତଥା ଟିକିରା, ଚିଲାଣ୍ଟି, ସମାକୋଇ ଓ ମରଦା, ସିଙ୍ଗିଡ଼ା ନଦୀରେ ପ୍ରବଳ ମାତ୍ରାରେ ବନ୍ୟାଜଳ ଆସିବା ଦ୍ବାରା ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ସମଲ ବ୍ୟାରେଜ କର୍ତ୍ତୃପକ୍ଷ ଆଜି ୭ଟି ଗେଟ ଖୋଲି ପାଣିକୁ ନିଷ୍କାସନ  କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *