Spread the love

ଭୁବନେଶ୍ୱର: OSSC ଜେଇ ସିଭିଲ ମେନ୍ ପରକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ୫୫ ଜଣ ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ୫୫ ଜଣ ପରୀକ୍ଷାର୍ଥୀଙ୍କୁ ଶନିବାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛି OSSC । ବାଲେଶ୍ୱର ଏସପିଙ୍କ ରିପୋର୍ଟକୁ ଭିତ୍ତି କରି କମିଶନ  OSSC ନିଯୁକ୍ତିରୁ ଏମାନଙ୍କୁ କାହିଁକି ଆଜୀବନ ବାସନ୍ଦ କରାଯିବନି  ସେ ନେଇ ସୋ କଜ ନୋଟିସ କରାଯାଇଛି ।

ରାକେଟ୍‌ରେ ଗିରଫ ହୋଇଥିବା ସମୁଦାୟ ୧୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ସରକାରୀ କର୍ମଚାରୀ ।   ଅନ୍ୟମାନେ କୋଚିଂ ସେଣ୍ଟର, ବେସରକାରୀ ନିଯୁକ୍ତି ନିୟୋଜନ ସଂସ୍ଥାର କର୍ମଚାରୀ ଓ ଦଲାଲ୍‌। ମୁଖ୍ୟ ଅଭିଯୁକ୍ତ ବିଶାଲ କୁମାର ବିହାର ପାଟନାସ୍ଥିତ ଆକାଉଣ୍ଟ୍‌ସ ଜେନେରାଲ ବିଭାଗରେ ସିନିୟର ଜୁଡିସିଆଲ ଆକାଉଣ୍ଟାଣ୍ଟ୍‌ ଥିଲେ ।  ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେଠାକାର ଆକାଉଣ୍ଟ୍‌ସ ଜେନେରାଲଙ୍କୁ ଚିଠି ଲେଖାଯାଇଛି । ଏଥିସହିତ କନ୍ଧମାଳ ଜିଲ୍ଲାରେ ସରକାରୀ ଶିକ୍ଷକ ଥିବା  ଗୋବିନ୍ଦଚନ୍ଦ୍ର ତ୍ରିପାଠୀ ଓ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳର ସୁଶାନ୍ତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଇ ଜିଲ୍ଲାର ଡିଇଓଙ୍କୁ ଚିଠି କରାଯାଇଛି। ଏହି ରାକେଟ୍‌ ସହ ଡିଲ୍‌ରେ ଜଡ଼ିତ ଥିବା ୯୨ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଏସ୍‌ପି  ଓଏସ୍‌ଏସ୍‌ସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।

ସୂଚନାଥାଉ କି, ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଜେଇ ସିଭିଲ ମେନ ପରୀକ୍ଷା କରାଯାଉଥିଲା । ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ହେବା ପରେ ବାଲେଶ୍ୱର ପୋଲିସ ଘଟଣାର ତଦନ୍ତ କରିଥିଲା । ପ୍ରଥମେ ଦୀଘାରୁ ୯ ଜଣଙ୍କୁ ଗିରଫ କରିବା ପରା ବିହାରରରୁ ମାଷ୍ଟର ମାଇଣ୍ଡ ସମେତ ୭ ଜଣଙ୍କୁ ଗିରଫ କରିଥିଲା ।

ପ୍ରଶ୍ନପତ୍ର ଲିକ ଜଣାପଡିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି । ଏହି ପରୀକ୍ଷା ସେପ୍ଟେମ୍ବର ୩ରେ ଆଉ ଥରେ ହେବ ବୋଲି କମିଶନ ଦିନ ଧାର୍ଯ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *