Spread the love

ହାଇଦ୍ରାବାଦ:ବାରମ୍ବାର ଅଭିଯୋଗ ପରେ ବି ଶୁଣିଲେନି ଅଧିକାରୀ | ଆଉ ଅଧିକାରୀଙ୍କୁ ଜବାବ ଦେବାକୁ ଅଭିନବ ପନ୍ଥା ଆପଣାଇଲେ ଜନତା | ହାଇଦ୍ରାବାଦରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଜଣେ ବ୍ୟକ୍ତିଙ୍କ ଘରେ ଏକ ସାପ ପଶିଯାଇଥିବା ନେଇ ସେ ନଗର ନିଗମକୁ ଫୋନ କରି ଜଣାଇଥିଲେ | ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ (ଜିଏଚଏମସି) ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ। ଏହା ପରେ ଅଭିଯୋଗକାରୀ ନିଜେ ସାପଟିକୁ ଧରି ମ୍ୟୁନିସିପାଲିଟି କର୍ପୋରେସନ୍ କାର୍ଯ୍ୟାଳୟକୁ ନେଇଗଲେ। ଏହା ପରେ ଅଧିକାରୀଙ୍କ ଟେବୁଲ ଉପରେ ସାପଟିକୁ ଛାଡିଦେଇଥିଲେ | ଆଉ ସାପକୁ ଦେଖି ସରକାରୀ ବାବୁମାନେ ଭୟରେ ଛାନିଆ ହୋଇ ପଳାଇଯାଇଥିଲେ |

ଏହି ଘଟଣାର ଏକ ଛୋଟ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଅଲୱାଲ ୱାର୍ଡରେ ସମ୍ପତ୍ତ କୁମାର ନାମକ ଜଣେ ବ୍ୟକ୍ତି ରୁହନ୍ତି | ତାଙ୍କ ଘରେ ବାରମ୍ବାର ସାପ ପଶିଯାଉଥିବାବେଳେ ସେ ମ୍ୟୁନିସିପାଲିଟି କର୍ପୋରେସନରେ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ। ବାରମ୍ବାର ଏଭଳି ଘଟଣା ଘଟିବା ପରେ ସେ ଏକ ଚରମ ପଦକ୍ଷେପ ନେଇଥିଲେ। ସେ ନିଜେ ଘରେ ପ୍ରବେଶ କରିଥିବା ସାପକୁ ଧରିଥିଲେ ଓ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ପହଞ୍ଚିଯାଇଥିଲେ । ଏହାପରେ ସେ ଅଧିକାରୀଙ୍କ ଟେବୁଲ ଉପରେ ସାପକୁ ଛାଡି ଦେଇଥିଲେ, ଜିଅନ୍ତା ସାପକୁ ଦେଖି ଅଧିକାରୀ ଭୟରେ ପଳାଇଯାଇଥିଲେ | ସେଠାକାର କର୍ମଚାରୀମାନେ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ପଳାଇ ଯାଇଥିଲେ | ଏହି ଘଟଣାକୁ ନେଇ ଜିଏଚଏମସି ପକ୍ଷରୁ କୁହାଯାଇଛି ଯେ ସାପ ଧରିବାକୁ ସେମାନଙ୍କର ଟିମ ନାହିଁ | ଯେତେବେଳେ ସେମାନେ ସାପ ସମ୍ବନ୍ଧୀୟ ଅଭିଯୋଗ ପାଆନ୍ତି, ସେମାନେ ଜଙ୍ଗଲ ବିଭାଗର ସାହାଯ୍ୟ ନିଅନ୍ତି | ସମ୍ପତ୍ତଙ୍କ ଅଭିଯୋଗ ଆମେ ପାଇନଥିଲୁ।

Leave a Reply

Your email address will not be published. Required fields are marked *