Spread the love

ନୂଆଦିଲ୍ଲୀ: ପାକିସ୍ତାନ ଯାଇ ବିବାହ କରିଥିବା ଭାରତୀୟ ମହିଳା ଅଞ୍ଜୁଙ୍କ ସ୍ବାମୀ ନିଜର ଦୁଃଖ୍ ବଖାଣିବା ସହିତ ଗୁହାରି କରିଛନ୍ତି। ଅଞ୍ଜୁଙ୍କ ସ୍ବାମୀ ଅରବିନ୍ଦ କୁମାର କହିଛନ୍ତି, ‘ଅଞ୍ଜୁଙ୍କ ଛାଡ଼ପତ୍ର ହୋଇନାହିଁ। ତେଣୁ ସେ ସୀମା ପାର କରି ଯାଇଥିଲେ ହେଁ ପାକିସ୍ତାନୀ ବ୍ୟକ୍ତିଙ୍କୁ ପଦାପି ବାହା ହୋଇପାରିବେ ନାହିଁ।

ଅଞ୍ଜୁ ତିନିବର୍ଷ ପୂର୍ବେ ଦିଲ୍ଲୀରେ ଛାଡ଼ପତ୍ର ପାଇଁ ଦସ୍ତାବିଜ ଜମା କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଅଦାଲତରୁ ମୋ ପ‌ାଖକୁ କୌଣସି ପ୍ରକାର ସମନ ଆସିନାହିଁ। ‌ତେଣୁ କାଗଜ କଲମରେ ଏବେ ବି ଅଞ୍ଜୁ ମୋ ସ୍ତ୍ରୀ ରହିଛନ୍ତି। ସେ ଅନ୍ୟ କାହାରିକୁ ବିବାହ କରିପାରିବେ ନାହିଁ। ସରକାରଙ୍କୁ ଏହି ଘଟଣାର ଯାଞ୍ଚ କରିବା ଉଚିତ।

ସରକାର ଅଞ୍ଜୁଙ୍କ ପାସପୋର୍ଟ ଓ ଭିସା ଯାଞ୍ଚ କରିବା ଦରକାର। ହୋଇପାରେ ସେ ପାକିସ୍ତାନ ଯିବା ପାଇଁ ନକଲି ପାସପୋର୍ଟ ବ୍ୟବହାର କରି ଥାଇପାରନ୍ତି। ମୁଁ ଚାହିଁକି ବି ଅଞ୍ଜୁଙ୍କ ସହିତ ଆଉ ସମ୍ପର୍କ ଯୋଡ଼ି ପାରିବି ନାହିଁ। କାରଣ ମୋ ଝିଅ ତାର ମା’ଙ୍କୁ ଆପଣାଇବା ପାଇଁ ମନା କରି ଦେଇଛି। ସ୍ବାମୀ ଓ ପିଲାଙ୍କୁ ମିଥ୍ୟା କଥା କହି ଯାଇ ସେଠାରେ ପ୍ରେମିକା ସହ ମଜା କରୁଥିବା ଅଞ୍ଜୁଙ୍କ ପାସପୋର୍ଟ ଓ ଭିସାକୁ ସରକାର ରଦ୍ଦ କରିଦେବା ଉଚିତ।

Leave a Reply

Your email address will not be published. Required fields are marked *