Spread the love

ପିନ୍ଧିଥିବା ସାର୍ଟ ଭିତରେ ପଶିରହିଛି ବିଷଧର ସାପ। କଣ ଡରିଗଲେ କି? ଡରିବା ବି ସ୍ୱାଭାବିକ। ସାପ ନାଁ ରେ ତ ମନରେ ଛନକା ପଶିଯାଏ। ଏହା ପୁଣି ସାର୍ଟ ଭିତରେ ପଶିରହିଛି। ଦେଖିଲେ ଭୟ କରିବା ଅତି ସାଧାରଣ କଥା। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ଏ ଯୁବକ ଜଣଙ୍କୁ ଦେଖିଲେ। ଗଛ ମୂଳରେ ବସିଥିବା ସମୟରେ ତାଙ୍କ ସାର୍ଟ ଭିତରେ ଏହି ନାଗ ସାପଟି ପଶିଯାଇଥିଲା। ସାପକୁ ଦେଖି ପ୍ରଥମେ ଛାନିଆ ହୋଇଯାଇଥିଲେ ଯୁବକ। ଏଭଳି ବିଷଧର ନାଗ ସାପ ପଶିଲେ ଚୋଟ କେତେବେଳେ ବି ମାରିଦେବ ।ଯାହା କାରଣରୁ ଜୀବନ ବି ଚାଲିଯାଇପାରେ। ସେଥିପାଇଁ ଭୟରେ ଚିତ୍କାର କରିବାକୁ ଲାଗିଲେ। ଏହାଶୁଣି ଆଖପାଖରେ ଥିବା ଲୋକ ଯୁବକ ନିକଟରେ ପହଞ୍ଚି ସାପକୁ ବାହାର କରିବାରେ ସାହାଯ୍ୟ କରିଥିଲେ। ଯାହାର ଭିଜୁଆଲ୍‌ ଏବେ ଭାଇରାଲ୍‌ ହେବାରେ ଲାଗିଛି।

ଭିଡିଓରେ ଶୁଣିବାକୁ ମିଳୁଛି ଯେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ଉକ୍ତ ବ୍ୟକ୍ତିଙ୍କୁ ହଲିବାକୁ ମନା କରୁଛନ୍ତି, ଯାହା ପରେ ବ୍ୟକ୍ତି ଭୟଭୀତ ହୋଇ ସ୍ଥିର ରହିଛନ୍ତି ଆଉ ସାପ ବାହାରିବାକୁ ଅପେକ୍ଷା କରୁଛନ୍ତି । ଯେତେବେଳେ ସାପ ବାହାରକୁ ନ ଆସୁଛି ସେତେବେଳେ ଉପସ୍ଥିତ ଥିବା ଜଣେ ଲୋକ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସି ତାଙ୍କର ସାର୍ଟ ଖୋଲିବା ଆରମ୍ଭ କରୁଛନ୍ତି । ଏହା ପରେ ଧୀରେ ଧୀରେ ସାପଟି ତାଙ୍କ ସାର୍ଟରୁ ବାହାରିଯାଉଚି । ଭିଡ଼ିଓ ଦେଖିଲେ ଆପଣ ଜାଣିପାରୁଥିବେ ..

ସାପଟି ବାହାରକୁ ଆସିଗଲା ପରେ ସମସ୍ତେ ସତର୍କ ହୋଇଗଲେ। ଜୀବନ ବଞ୍ଚିବା କାରଣରୁ ସେ ଭଗବାନଙ୍କ ଧନ୍ୟବାଦ ଜଣାଇଲେ। ସୂଚନା ଅନୁସାରେ ବ୍ୟକ୍ତି ଜଣକ ଖାଇବା ପରେ ସେଠାରେ ଥିବା ଏକ ଗଛ ମୂଳରେ ଆରାମ କରିବା ପାଇଁ ବସିଥିଲା। ଏହିସମୟରେ କେତେବେଳେ ତାଙ୍କ ସାର୍ଟ ଭିତରେ ନାଗ ସାପ ପଶିଗଲା ତାଙ୍କୁ ଜଣାପଡ଼ିଲାନି। ପରେ ଜାଣିଲା ବେଳକୁ ସାପ ତାଙ୍କ ସାର୍ଟ ଭିତରେ ଥିଲା। ଏହି ଭିଡ଼ିଓ କୁ ଆଇପିଏସ ରୁପିନ ଶର୍ମା ନିଜ ଟ୍ଵିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଯାହା ଏବେ ଖୁବ ଭାଇରାଲ ହେ ଉଛି। ତେଣୁ ଆପଣ ବି ଯଦି ଏ ବର୍ଷା ଦିନରେ କେଉଁଠି ବେି ଆରାମ କରୁଛନ୍ତି ତେବେ ସେ ସ୍ଥାନକୁ ଭଲ ଭାବେ ଦେଖିନିଅନ୍ତୁ। ସତର୍କ ଓ ସଜାଗ ରୁହନ୍ତୁ ।

https://twitter.com/rupin1992/status/1683994642805821442?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1683994642805821442%7Ctwgr%5E96358c54b9c496b17fdf167d2765f77e9af2a73d%7Ctwcon%5Es1_c10&ref_url=https%3A%2F%2Fknewsodisha.com%2Fspecial%2Fsnake-in-mans-shirt-will-give-you-goosebumps-watch-video-556920

Leave a Reply

Your email address will not be published. Required fields are marked *