Spread the love

ଜଙ୍ଗଲ ବୁଲିବା ସହ ଝରଣାର ମଜା ନେବାକୁ ତଥା ପ୍ରାକୃତିକ ପରିବେଶକୁ ଉପଭୋଗ କରିବାକୁ ଯାଇ ଫସିଗଲେ ୮୫ ପର୍ଯ୍ୟଟକ । ଅତ୍ୟଧିକ ବର୍ଷା ହେତୁ ରାସ୍ତାରେ ପାଣି ଚାଲିବାରୁ ସେମାନେ ଆଉ ଜଙ୍ଗଲରୁ ବାହାରି ପାରିଲେନି। ଶେଷରେ ଉଦ୍ଧାରକାରୀ ଦଳ ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି। ଏପରି ଏକ ଘଟଣା ତେଲେଙ୍ଗାନାରେ ଘଟିଛି।

ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାର ମୁଥୟାଲାଧାର ରାଜ୍ୟର ସବୁଠୁ ବଡ଼ ଜଳପ୍ରପାତ । ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଜଳପ୍ରପାତର ମଜା ନେବାକୁ ୮୫ ପର୍ଯ୍ୟଟକ ଯାଇଥିଲେ ।

ମାତ୍ର ସେଠାରୁ ଫେରିବା ବେଳେ ଅତ୍ୟଧିକ ବର୍ଷା ଯୋଗୁ ରାସ୍ତାରେ ପାଣି ଚାଲିବାରୁ ସେମାନେ ଆଉ ଫେରି ପାରିଲେନି। ଫଳରେ ଖବର ପାଇ ଉଦ୍ଧାରକାରୀ ଦଳ ପହଞ୍ଚି ସମସ୍ତ ୮୫ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାଯାଇଛି।

ପ୍ରବଳ ବର୍ଷା ହେତୁ ତେଲେଙ୍ଗାନାର ଅଧିକାଂଶ ଜିଲ୍ଲା ଜଳବନ୍ଦୀ ଅବସ୍ଥାରେ ରହିଛି। ରାସ୍ତାରେ ପାଣି ପ୍ରବାହିତ ହୋଇ ଯାତାୟତ ଠପ୍‌ ହୋଇ ଯାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ତେଲେଙ୍ଗାନାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *