Spread the love

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ। କଳାହାଣ୍ଡି ଆୟକର ବିଭାଗ ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀଙ୍କ ଘରେ ଚଢ଼ାଉ। ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ଘରେ ଭିଜଲାନ୍ସ ଚଢାଉ କରିଛି।

ଭବାନୀପାଟଣା ସହରର ଜଳେଶ୍ଵର ମନ୍ଦିର ପଡାରେ ଥିବା ବାସଭବନ ସମେତ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗର ଏକ କାଳୀନ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରୁଛି ଭିଜିଲାନ୍ସ। ତିନି ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ଅଫିସ୍‌ ଓ ଭବାନୀପାଟଣା ସ୍ଥିତ ଘର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍‌।

Leave a Reply

Your email address will not be published. Required fields are marked *