Spread the love

ଅକ୍ଟୋବର 15ରେ ହୋଇନପାରେ ଇଣ୍ଡିଆ-ପାକିସ୍ତାନ ୱାର୍ଲ୍ଡ କପ୍ ମ୍ୟାଚ। ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଥିବା ଏହି ମ୍ୟାଚ୍ ପାଇଁ ନୂଆ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ସେହିଦିନ ନବରାତ୍ରୀ ଥିବାରୁ ମ୍ୟାଚ୍ ଉପରେ ପୁନଃ ଚିନ୍ତନ ପାଇଁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ ଇନ୍ ଇଣ୍ଡିଆ(BCCI)କୁ ପରାମର୍ଶ ଦେଇଛନ୍ତି ସୁରକ୍ଷା ଏଜେନ୍ସି।

ବିଶ୍ୱ କପ୍-2023 ପାଇଁ ICC(ଇଣ୍ଟରନ୍ୟାସନାଲ୍ କ୍ରିକେଟ କାଉନସିଲ୍) ପୂର୍ବରୁ ଦିନ ଧାର୍ଯ୍ୟ କରିସାରିଛି। ଅକ୍ଟୋବର 15ରେ ଅହମ୍ମାଦବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ହାଇ ପ୍ରୋଫାଇଲ୍ ମ୍ୟାଚ ଅନୁଷ୍ଠିତ ହୋଇଥାନ୍ତି। ମାତ୍ର ସେହିଦିନ ନବରାତ୍ରୀ ସହ ଗୁଜରାଟର ପ୍ରସିଦ୍ଧ ଗର୍ବା ମଧ୍ୟ ଅନୁଷ୍ଠିତ ହେବ। ଏହି କାରଣରୁ ଗମନାଗମନ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମ୍ୟାଚ୍ ତାରିଖ ପରିବର୍ତ୍ତନ କରିବା ପାଇଁ ସୁରକ୍ଷା ଏଜେନ୍ସି BCCIକୁ ପରାମର୍ଶ ଦେଇଛନ୍ତି।

ସୂତ୍ର ମୁତାବକ “ଭାରତ ବନାମ ପାକିସ୍ତାନ ବିଶ୍ୱକପ ମ୍ୟାଚ୍ ତାରିଖ ବଦଳାଯାଇପାରେ। ନବରାତ୍ରୀ ମହୋତ୍ସବ କାରଣରୁ ସୁରକ୍ଷା ଏଜେନ୍ସି ବିସିସିଆଇକୁ ତାରିଖ ବଦଳାଇବାକୁ ପରାମର୍ଶ ଦେଇଛନ୍ତି। ଏନେଇ ଆଲୋଚନା କରାଯାଉଥିବା ସୁରକ୍ଷା ଏଜେନ୍ସି କହିଛନ୍ତି।” ପାଖାପାଖି 1 ଲକ୍ଷ କ୍ଷମତା ବିଶିଷ୍ଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱ କପ୍-2023 ନ୍ୟୁଜିଲ୍ୟାଣ୍ଡ-ଇଂଲଣ୍ଡ ଓପନିଂ ମ୍ୟାଚ୍ ସମେତ ଭାରତ-ପାକିସ୍ଥାନ, ଇଂଲଣ୍ଡ-ଅଷ୍ଟ୍ରେଲିଆ ଏବଂ ଫାଇନାଲ ମ୍ୟାଚ୍ ଖେଳାଯିବ। ମୁମ୍ବାଇ ଏବଂ କୋଲକାତା ପାଇଁ ସେମିଫାଇନାଲ ମ୍ୟାଚ୍ ଧାର୍ଯ୍ୟ କରାଯାଇ ଥିବାବେଳେ ମୋଟ 10 ଟି ସହରରେ ବିଶ୍ୱକପ ମ୍ୟାଚ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *