Spread the love

ସୁଦାନ: ସୁଦାନରେ ଗତ ରାତିରେ ଏକ ଭୟଙ୍କର ବିମାନ ବିସ୍ଫୋରଣ ହୋଇ ୯ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୪ ସୈନିକ ଥିବା ଜଣାଯାଇଛି। ତେବେ ସୌଭାଗ୍ୟବଶଃତ ଉକ୍ତ ସମୟରେ ବିମାନରେ ଥିବା ଏକ ଛୋଟ ଶିଶୁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି ।

ସୂଚନା ମୁତାବକ, ଗତ ରାତିରେ ସୁଦାନ ଏୟାରପୋର୍ଟରୁ ଏକ ବେସାମରିକ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ହେଲେ ହଠାତ୍‌ ମଝି ଆକାଶରେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯିବାରୁ ଅବତରଣ କରିବା ପୂର୍ବରୁ ତାହା କ୍ରାଶ୍‌ ହୋଇ ଯାଇଥିଲା। ଏଥିଯୋଗୁ ବିମାନରେ ନିଆଁ ଲାଗି ଯାଇଥିବା ବେଳେ ଭିତରେ ଥିବା ୪ ସୈନିକଙ୍କ ସମେତ ୯ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାଯାଇଛି। ତେବେ ସୌଭାଗ୍ୟବଶଃତ ଉକ୍ତ ସମୟରେ ବିମାନରେ ଥିବା ଏକ ଛୋଟ ଶିଶୁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି । ଗୁରୁତର ଅନସ୍ଥାରେ ଶିଶୁଟିକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆପଣଙ୍କୁ କହିରଖୁଛୁ ଯେ, ସୁଦାନ ସେନା ଓ ଅର୍ଦ୍ଧସୈନିକ ଦଳ ମଧ୍ୟରେ ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧକୁ ରବିବାର ୧୦୦ ଦିନ ପୁରିଛି । ଏହା ମଧ୍ୟରେ ଦାରକୁର ଅଞ୍ଚଳରେ ରକେଟ ମାଡ ଯୋଗୁଁ ୧୬ଜଣଙ୍କର ମୃତ୍ୟୁ ହୋଇଛି । ଏଥିପାଇଁ ଦାରକୁର ଅଞ୍ଚଳରୁ ଲୋକେ ଅନ୍ୟତ୍ର ପଳାୟନ କରୁଛନ୍ତି ।

Leave a Reply

Your email address will not be published. Required fields are marked *