Spread the love

ବାଲିଗୁଡ଼ା : ଜି.ଉଦୟଗିରି ଏନ୍‌ଏସି ଚେୟାରମ୍ୟାନ ତଥା ବିଜେଡି ନେତ୍ରୀ ଭାନୁପ୍ରଭା ମିଶ୍ରଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଶ୍ରୀମତୀ ମିଶ୍ର ଦୀର୍ଘ ୪ ମାସ ଧରି ଅସୁସ୍ଥ ଥିଲେ।
ଶ୍ରୀମତୀ ଭାନୁପ୍ରଭା ମିଶ୍ର ପୂର୍ବରୁ ଏନଏସି ଭାଇସ୍‌ ଚେୟାରମ୍ୟାନ ରହିଥିଲେ। ତେବେ ଗତ ପୌର ନିର୍ବାଚନରେ ବିଜୟ ଲାଭ କରି ଚେୟାରମ୍ୟାନ ହୋଇଥିଲେ। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ଅକାଳ ବିୟୋଗରେ ଜି.ଉଦୟଗିରିରେ ଶୋକର ଛାୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *