Spread the love

ଭୁବନେଶ୍ବର: ମାର୍କେଟ ବିଲ୍ଡିଂ ବନ୍ଦ ପ୍ରସଙ୍ଗରେ ସମୟ ମାଗିଲେ କମିଶନର। ଉଭୟ ପକ୍ଷଙ୍କୁ ସହଯୋଗ କରିବାକୁ ଅନୁରୋଧ କଲେ। ପୂର୍ବରୁ ୨ ଥର ମାର୍କେଟ ବିଲଡିଂ କର୍ମକର୍ତ୍ତାଙ୍କ ସହ ବୈଠକ ହୋଇଛି। ସେଠାରେ କିଛି ଆଇନଗତ ସମସ୍ୟା ରହିଛି। ସେଥିପାଇଁ ଟିକେ ସମୟ ଦରକାର ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ। ତେବେ ଉଭୟ ପକ୍ଷଙ୍କୁ ଅନୁରୋଧ କରି ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।
ବିଏମସି କମିଶନର କହିଛନ୍ତି, ଭେଣ୍ଡର ଆକ୍ଟ ଅନୁସାରେ ଯେହେତୁ ଉଠା ଦୋକାନୀମାନଙ୍କ ପାଖରେ ହାଇକୋର୍ଟର ଅର୍ଡର ରହିଛି, ସେଥିପାଇଁ ସେମାନଙ୍କୁ ବାହାରେ କେମିତି ଏବଂ କେଉଁଠି ଥଇଥାନ କରାଯିବ ସେନେଇ ଆମେ ଲିଗଲ ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବୁ। ଏହା ଟିକେ ସମୟ ସାପେକ୍ଷ। ତେବେ ପୂର୍ବରୁ ବିଏମସି ମାର୍କେଟ ବିଲଡିଂ ଅଞ୍ଚଳକୁ ୨ଥର ଭେଣ୍ଡର ଫ୍ରି କରିଥିଲା। ଆଉ ସେହି ସମୟରେ ମାର୍କେଟ ବିଲଡିଂ ଆସୋସିଏସନ୍ କୁ ମଧ୍ୟ ବିଏମସି ଅନୁରୋଧ କରିଥିଲା ମାର୍କେଟ ବିଲଡିଂ ଆସୋସିଏସନ୍ ନିଜସ୍ୱ ସିକ୍ୟୁରିଟି ଲଗାଇ ସେହି ଅଞ୍ଚଳକୁ ଭେଣ୍ଡରମୁକ୍ତ ରଖନ୍ତୁ। ତେବେ ଆମେ ମାର୍କେଟ ବିଲଡିଂ ଆସୋସିଏସନ୍ ସହ ଆଲୋଚନା କରିବୁ।

Leave a Reply

Your email address will not be published. Required fields are marked *