Spread the love

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ମୋଦୀ ସାଙ୍ଗିଆ ମାମଲାକୁ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ରାହୁଲ। ଉକ୍ତ ମାମଲାରେ ସୁରଟ କୋର୍ଟ ଶୁଣାଇଥିବା ରାୟକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୂର୍ବରୁ ମଧ୍ୟ ଏହି ମାମଲାକୁ ନେଇ ଗୁଜରାଟ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ରାହୁଲ। ହେଲେ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ ଗୁଜରାଟ ଉଚ୍ଚ ନ୍ୟାୟାଳୟ।

2019 କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସମୟରେ ‘ମୋଦୀ’ ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାହୁଲ। ଏନେଇ ବିଜେପି ଗୁଜରାଟ ବିଧାୟକ ପୂର୍ଣ୍ଣେଶ ମୋଦୀ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଚଳିତ ବର୍ଷ ମାର୍ଚ୍ଚରେ ସୁରଟ କୋର୍ଟ ଏହି ମାମଲାର ଶୁଣାଣି କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ କାରାଦଣ୍ଡ ସହ ଜରିମାନାରେ ଦଣ୍ଡିତ କରିଥିଲେ।

ଫଳରେ ଏହାକୁ ଚ୍ୟାଲେଞ୍ଜ କରି ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାହୁଲ। ସୁରଟ କୋର୍ଟଙ୍କ ରାୟ ଓ ଦଣ୍ଡବିଧାନ ଉପରେ ରୋକ ଲଗାଇବାକୁ ଆବେଦନରେ ଉଲ୍ଲେଖ କରିଥିଲେ ରାହୁଲ। ହେଲେ ଏହାକୁ ଖାରଜ କରି ଦେଇଥିଲେ ଗୁଜରାଟ ସର୍ବୋର୍ଚ୍ଚ ନ୍ୟାୟାଳୟ। ବର୍ତ୍ତମାନ ପୁଣି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତେବେ ରାହୁଲଙ୍କୁ ସୁପ୍ରିମକୋର୍ଟରୁ ଆସ୍ୱସ୍ଥି ମିଳୁଛି କି ନାହିଁ ତା ଉପରେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *