Spread the love

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଗଡ଼ରୁ ଏକ ଭିଡିଓ ଭାଇରାଲ ‌ହେଉଛି। ଯେଉଁଥିରେ ୧୦୦ ବର୍ଷରୁ ଅଧିକ ବୟସର ଜଣେ ବୃଦ୍ଧା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରୁଥିବା ଶୁଣିବାକୁ ମିଳୁଛି। ଏଥିସହିତ ସେ ମୋଦୀଙ୍କୁ ତାଙ୍କ ଜମି ଦାନ କରିଦେବେ ବୋଲି ବି କହିଛନ୍ତି। ଏହି ବୃଦ୍ଧା ମହିଳାଙ୍କ ନାମ ମାଙ୍ଗିବାଇ ରହିଛି। ମାଙ୍ଗିବାଇ ଜିଲ୍ଲା ମୁଖ୍ୟାଳୟ ଠାରୁ ୬୫କିମି ଦୂର ହରିପୁରା ଜାଗୀର ଗ୍ରାମରେ ବସବାସ କରୁଥିବା ଜଣାପଡ଼ିଛି।
ମାଙ୍ଗିବାଇ କହିଛନ୍ତି, ‘ମୋଦୀ ମୋର ପୁଅ। ସେ ଗହମ, ଚାଉଳ, ଖାଦ୍ୟ ଓ ମଞ୍ଜି ମୋତେ ଦେଇଛି। ଫସଲ ଖରାପ ହେଲେ ତାହାର ଭରଣ ବି ଦେଇଥାଏ। ବିଧବା ପେନସନ ବି ଯୋଗାଇ ଦେଇଛି । ତୀର୍ଥଯାତ୍ରା କରାଇ ଚିକିତ୍ସା ବି ମାଗଣାରେ କରାଇ ଦେଉଛି। ଏମିତି କି ରହିବା ପାଇଁ କଲୋନିରେ ଘର ବି ଦେଇଛି। ଜଣେ ପୁଅ ହିଁ ଏସବୁ କରି ପାରେ।

ମୁଁ ମୋଦୀକୁ ସାମ୍ନାରୁ ଦେଖିନାହିଁ। ଟିଭିରେ ମୋ ପୁଅକୁ ଦେଖିଛି। ମୋ ପୁଅ ମୋଦୀକୁ ଭେଟିବାକୁ ମୋର ବହୁତ ଇଚ୍ଛା ଅଛି। ତାକୁ ମୁଁ ଆଖି ସାମ୍ନାରେ ଦେଖିବାକୁ ଚାହେଁ। ମୋ ହାତ ତା’ ମୁଣ୍ଡ ଉପରେ ରଖି ଆର୍ଶୀବାଦ ଦେବାକୁ ଚାହେଁ। ମୋର ୧୪ଜଣ ପିଲା। ଦୁଇପୁଅ ଓ ୧୨ଜଣଝିଅ ଅଛନ୍ତି। ସମସ୍ତଙ୍କ ଠାରୁ ମୁଁ ମୋଦୀକୁ ଭଲପାଏ। ସେ ଆମକୁ ପାଳୁଥିବାରୁ ମୁଁ ତାକୁ ମୋର ୨୫ବିଘା ଜମି ଦେଇଦେବି। ତାର ଫଟୋକୁ ମୁଁ କାନ୍ଥରେ ଲଗାଇ ରଖିଛି। ସବୁଦିନ ଏହାକୁ ଦେଖିଥାଏ। ଆଉ ତାର ଶୁଭମନାସି ଥାଏ।’

Leave a Reply

Your email address will not be published. Required fields are marked *