Spread the love

ନୂଆଦିଲ୍ଲୀ: ବିଜ୍ଞାପନ ଶିଳ୍ପର ବିଶିଷ୍ଟ ବ୍ୟକ୍ତିତ୍ବ ତଥା ପ୍ରସିଦ୍ଧ ‘ଅମୂଲ୍‌ ବାଳିକା’ ଅଭିଯାନର ସ୍ରଷ୍ଟା ସିଲ୍‌ବେଷ୍ଟର୍‌ ଦାକୁହ୍ନାଙ୍କର ଦେହାନ୍ତ ହୋଇଯାଇଥିବା କଥା ବୁଧବାର ଦିନ ‘ଗୁଜରାଟ କୋଅପରେଟିଭ୍‌ ମିଲ୍‌କ ମାର୍କେଟିଙ୍ଗ୍‌ ଫେଡେରେସନ୍‌’ କହିଛି।
‘ଗୁଜରାଟ କୋଅପରେଟିଭ୍‌ ମିଲ୍‌କ ମାର୍କେଟିଙ୍ଗ୍‌ ଫେଡେରେସନ୍‌’ର ପରିଚାଳନା ନିର୍ଦେଶକ ଜୟେନ୍‌ ମେହେଟ୍ଟା କହିଛନ୍ତି, ଦୁଃଖର ସହିତ ଜଣାଉଛୁ କି, ଗତରାତିରେ (ମଙ୍ଗଳବାର) ମୁମ୍ବାଇରେ ‘ଦାକୁହ୍ନା କମ୍ୟୁନିକେସନ୍‌ସ୍‌’ର ଅଧ୍ୟକ୍ଷ ଶ୍ରୀ ସିଲ୍‌ବେଷ୍ଟର୍‌ ଦାକୁହ୍ନାଙ୍କର ଦେହାନ୍ତ ହୋଇଯାଇଛି।
‘ଗୁଜରାଟ କୋଅପରେଟିଭ୍‌ ମିଲ୍‌କ ମାର୍କେଟିଙ୍ଗ୍‌ ଫେଡେରେସନ୍‌’ର ମାଲିକାନାରେ ଥିବା ‘ଅମୂଲ୍‌ ବ୍ରାଣ୍ଡ୍‌’ ନିମନ୍ତେ ସିଲ୍‌ବେଷ୍ଟର୍‌ ଦାକୁହ୍ନା ‘ଅଟର୍‌ଲି ବଟର୍‌ଲି’ ଅଭିଯାନ ଆରମ୍ଭ କରି ୧୯୬୬ରେ ଦୁନିଆ ସହିତ ‘ଅମୂଲ ଗାର୍ଲ’କୁ ପରିଚିତ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ଚାଲିଛି।
ସଂଗୃହୀତ ସୂଚନା ଅନୁସାରେ, ପ୍ରାରମ୍ଭରେ ଦାକୁହ୍ନା ‘ଅମୂଲ ବଟର୍‌’ ଲାଗି ‘ଅମୂଲ ଗାର୍ଲ’ ଚିତ୍ର ଓ ‘ଅଟର୍‌ଲି ବଟର୍‌ଲି ଡେଲିସିୟସ୍‌’ ଟ୍ୟାଗ୍‌ଲାଇନ୍‌ ଥାଇ ଆରମ୍ଭ କରିଥିବା ପ୍ରଚାର ଅଭିଯାନ ଉଭୟ ଦୁଗ୍ଧଚାଷୀ ଓ ଗ୍ରାହକମାନଙ୍କୁ ସଂଯୋଗ କରିଥିଲା।
‘ବିଜ୍‌ନେସ୍‌ ଲାଇନ୍‌’କୁ କହିଛନ୍ତି, ସେ ଥିଲେ ‘ଅମୂଲ ଗାର୍ଲ’ର ସ୍ରଷ୍ଟା। ୬ ଦଶନ୍ଧି ଧରି ସେ ଥିଲେ ଅମୂଲ ବିଜ୍ଞାପନର ଅଂଶବିଶେଷ। ଅମୂଲ ପାଇଁ ସେ ସୃଷ୍ଟି କରିଥିବା ‘ବ୍ରାଣ୍ଡ୍‌’ ଲାଗି ଏବଂ ବିଶ୍ବକୁ ଦେଇଥିବା ‘ଅମୂଲ ଗାର୍ଲ’ ଲାଗି ଆମେ ତାଙ୍କ ନିକଟରେ କୃତଜ୍ଞ। ମାତ୍ର ଗୋଟିଏ ‘ଚରିତ୍ର’ (ଅମୂଲ ଗାର୍ଲ) ଥିବା ଏହି ବିଜ୍ଞାପନ ଅଭିଯାନ ବିଶ୍ବରେ ଦୀର୍ଘ ଦିନ ଧରି ଚାଲିଥିବା ବିଜ୍ଞାପନ ଅଭିଯାନ ଭାବେ ପରିଚୟ ପାଇଛି।

Leave a Reply

Your email address will not be published. Required fields are marked *