Spread the love

କୋଣାର୍କ : ମଝି ଦରିଆରେ ବୁଡ଼ିଗଲା ଟ୍ରଲର। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜୀବୀ। ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ କୂଳକୁ ଆସିଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗରୁ ଆସିଛି ଏପରି ଖବର।
ଅସ୍ତରଙ୍ଗ ଅଞ୍ଚଳର ୬ ଜଣ ମତ୍ସ୍ୟଜୀବୀ ରବିବାର ବିଳମ୍ୱିତ ରାତିରେ ମାଛ ଧରିବାକୁ ସମୁଦ୍ରକୁ ଟ୍ରଲରରେ ଯାଇଥିଲେ। ମାଛ ମାରୁଥିବା ବେଳେ ରାତି ପ୍ରାୟ ସାଢ଼େ ଦୁଇଟା ବେଳେ ହଠାତ ଟ୍ରଲର ଯାନ୍ତ୍ରକ ତ୍ରୁଟି ଦେଖାଦେଇଥିଲା। ଟ୍ରଲର ଭିତରେ ପାଣି ପଶିବା ଆରମ୍ଭ କରିଥିଲା। ମତ୍ସ୍ୟଜୀବୀମାନେ ପ୍ରଥମ ଟ୍ରାଲର ମରାମତି କରିବାକୁ ପାଇଁ ଉଦ୍ୟମ କରିଥିଲେ। ମାତ୍ର ସମ୍ଭବପର ହୋଇନଥିଲା।

ଚାହୁଁ ଚାହୁଁ ଟ୍ରଲର ଭିତରେ ପାଣି ପଶି ଯାଇଥିଲା। ମାଛ ସହ ଟ୍ରଲରଟି ବୁଡ଼ି ଯାଇଥିଲା। ରାତିର ଅନ୍ଧକାରରେ ଚିତ୍କାର ଶୁଣି ନିକଟରେ ମାଛ ମାରୁଥିବା ଶ୍ରୀଗଣେଶ ନାମକ ଏକ ଟ୍ରଲର ସେଠାକୁ ଆସିଥିଲା। ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ମତ୍ସ୍ୟଜୀବୀଙ୍କୁ ନୂଆଗଡ଼ ମାଛଧରା ବନ୍ଦରକୁ ଅଣାଯାଉଛି।

Leave a Reply

Your email address will not be published. Required fields are marked *