Spread the love

ଭୁବନେଶ୍ୱର : ଗଣତନ୍ତ୍ରରେ ଏକ ବିଧି ବ୍ୟବସ୍ଥା ଅଛି । ଯେଉଁ ବିଧି ବ୍ୟବସ୍ଥା ଆଧାରରେ ଆମେ ସମସ୍ତେ ବାନ୍ଧି ହୋଇଛନ୍ତି। ଏହାକୁ ଯିଏ ଉଲ୍ଲଂଘନ କରେ, ତାହା ଗଣତନ୍ତ୍ର ପାଇଁ ଶୁଭ ସୂଚନା ନୁହେଁ । ଓଡ଼ିଶାରେ ବିଧି ବ୍ୟବସ୍ଥାକୁ ନ ମାନିବା ଭଳି ଘଟଣା ଦେଖିବାକୁ ମିଳୁଛି । ସତ କହିଲେ ବିଜେଡିକୁ କଷ୍ଟ ହେଉଛି ବୋଲି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।
ସେ କହିଛନ୍ତି ଯେ ଆଜି ରାଜ୍ୟରେ ସ୍ଥିତି ଏପରି ହୋଇଛି ଯେ ସରକାରୀ ଘୋଷଣା ବ୍ୟକ୍ତିଗତ ସହାୟକ ଘୋଷଣା କରୁଛନ୍ତି। ନିଜ ନିଜ ବିଭାଗର ଘୋଷଣା କରିବା ଏବଂ ଘୋଷଣା ହୋଇ ସାରିଥିବା କାର୍ଯ୍ୟର ସମୀକ୍ଷା କରିବା ପାଇଁ କ’ଣ ମନ୍ତ୍ରିମଣ୍ଡଳର ସଦସ୍ୟ, ମୁଖ୍ୟ ସଚିବ କିମ୍ବା ସେହି ବିଭାଗର ବ୍ୟକ୍ତିଗତ ସଚିବଙ୍କ ପାଖରେ ଯୋଗ୍ୟତା ନାହିଁ ? ଏହି କଥାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଜନସାଧାରଣଙ୍କୁ ସତ କୁହନ୍ତୁ। ଏସଂପର୍କରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଶ୍ନର ସିଧା ସିଧା ଉତ୍ତର ନ ଦେଇ ବିଜେଡି ପ୍ରବକ୍ତା ବୁଲେଇ ବଙ୍କେଇ ଉତ୍ତର ଦେବା ସ୍ପଷ୍ଟ ହେଉଛି ଯେ ତାଙ୍କ ପାଖରେ କିଛି ଉତ୍ତର ହିଁ ନାହିଁ। ଜଣେ ନେତ୍ରୀ ଲୋକଙ୍କ ଭୋଟ୍‌ରେ ସାଂସଦ ହୋଇଛନ୍ତି। ବିଜେଡ଼ିର ନେତ୍ରୀ, ଯେ ନିର୍ବାଚନ ଲଢ଼ି ନାହାନ୍ତି, ତାଙ୍କୁ ତାଙ୍କ ଦଳ ପର୍ଯ୍ୟବେକ୍ଷକ କରିଛି। ତେଣୁ ପର୍ଯ୍ୟବେକ୍ଷକଙ୍କୁ ସାଂସଦ ଡରିବେ, ଏଭଳି କହିବା ଏକ ହାସ୍ୟାସ୍ପଦ କଥା।

Leave a Reply

Your email address will not be published. Required fields are marked *