Spread the love

ବସ୍ତା-୨: ବାଲେଶ୍ୱର ଜିଲ୍ଲା କଷାଫଳ ସାମୁଦ୍ରିକ ଥାନା କଷାଫଳ ମୁହାଣରେ ଟ୍ରଲର୍ ମାଛମାରି ଫେରୁଥିବା ସମୟରେ ଘଟିଛି ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଅନ୍ୟପକ୍ଷରେ ପାଞ୍ଚ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଅନ୍ୟ ଏକ ଟ୍ରଲର। ମୃତକ ହେଲେ ମୃତକ ଜଣକ କଷାଫଳ ଗ୍ରାମର ବାବୁ ମାନ୍ନା। ଅନ୍ୟ ଉଦ୍ଧାର ପାଞ୍ଚଜଣ ମଧ୍ୟରୁ ଟ୍ରଲର ମାଲିକ ଏକା ବେହେରା, ଟ୍ରଲର ଚାଳକ ବିଜୟ ଦଳାଇ, ହରିହର ବେହେରା, ସ୍ଵପ୍ନେଶ୍ୱର ପାତ୍ର ଓ କୁନା ମଣ୍ଡଳ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା କଷାଫଳ ମୁହାଣରେ ଗତକାଲି ରାତି ୨ଟା ସମୟରେ କଷାଫଳ ଗ୍ରାମର ୭ ଜଣ ମତ୍ସ୍ୟଜୀବୀ ଏକ ମାଛଧରା ଟ୍ରଲରରେ ସମୁଦ୍ର ଭିତରକୁ ମାଛ ମାରିବା ପାଇଁ ଯାଇଥିଲେ। ସେମାନେ ଭୋର୍‌ ସମୟରେ କୂଳକୁ ଫେରୁଥିଲେ। ଏହି ସମୟରେ ସମୁଦ୍ର ଜୁଆର ଯୋଗୁଁ ଢେଉ ସାଙ୍ଗକୁ ପବନ ବହିଥିଲା। ଫଳରେ ଟ୍ରଲର୍ ଓଲଟି ପଡିଥିଲା। ଟ୍ରଲରରେ ଥିବା ସାତ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ଅନ୍ୟଏକ ଟ୍ରଲର୍ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଉଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ନିଖୋଜ ଥିବାବେଳେ ପର ମୂର୍ତ୍ତିରେ ତାଙ୍କୁ ଦୀର୍ଘ ପାଞ୍ଚ ଘଣ୍ଟା ଖୋଜା ଖୋଜି କରି ହାବୁଧର ବେହେରାଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଯାଇଥିଲା।

Leave a Reply

Your email address will not be published. Required fields are marked *