କଟକ: କଟକର କୁଖ୍ୟାତ ତାନ୍ତ୍ରିକ କୈଫି ଖାନର ଆଉ ଜଣେ ସହଯୋଗୀକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ। କୈଫି ଖାନର ସମ୍ପର୍କୀୟ ଅମୀର ଖାଁ ଗିରଫ ହୋଇଛି। ଏବେ ଗିରଫଦାରୀ ସଂଖ୍ୟା ତିନିରେ ପହଞ୍ଚିଛି। ଅମୀରକୁ କୋର୍ଟ ଚାଲାଣ କରାଯାଇଛି।
ପୁଲିସର ସୂଚନା ଅନୁଯାୟୀ, ଧାତଵ ସାମଗ୍ରୀ କିଣାକିଣି, ବାଧା ଦୂର ପାଇଁ ଧାର୍ଯ୍ୟ କରାଯାଇଥିବା ବକେୟା ଟଙ୍କା ଆଦାୟ, ଗାତ ଖୋଳାଖୋଳି ତଥା ଅନ୍ୟାନ୍ୟ କାମରେ କୈଫି ଖାନକୁ ସହଯୋଗ କରୁଥିଲା ଅମୀର। ଅମୀର ବିରୁଦ୍ଧରେ ଆଇପିସିର ଧାରା ୪୧୯, ୪୨୦ ଓ ୧୨୦ ବି ଅନୁଯାୟୀ ମାମଲା ରୁଜୁ କରାଯାଇଛି। କୈଫି ବିରୁଦ୍ଧରେ ମୋଟ ୬ଟି ମାମଲା ଏକାଧିକ ଥାନାରେ ରୁଜୁ କରାଯାଇଛି। ତେବେ ଏଯାଏ ଗୋଟିଏ ମାମଲାରେ ଅଭିଯୁକ୍ତ କୈଫି ଖାନକୁ ଜାମିନ ମିଳିଛି। ଗିରଫ ନକଲି ବାବା ମୌଲାନା କୈଫି ଖାନର ଘର କଟକ କେଶରପୁର ଅଞ୍ଚଳରେ ବୋଲି ଜଣା ପଡ଼ିଥିଲା।