Spread the love

ତିରୁପତ୍ତୁର: ଅଳ୍ପ ଦିନ ତଳେ ସିଗ୍‌ନାଲ୍‌ ବିଭ୍ରାଟ ଯୋଗୁଁ ଦେଶରେ ଭୟାବହ ରେଳ ଦୁର୍ଘଟଣା ଘଟିଥିବା ବେଳେ ତାମିଲନାଡୁର ତିରୁପତ୍ତୁରରେ ଜଣେ ୩୦ ବର୍ଷିୟ ଯୁବକ ତାଙ୍କ ପ୍ରେମିକାଙ୍କ ସହିତ ଝଗଡ଼ା କରି ରାଗରେ ଗୋଟାଏ ରେଲ୍‌ୱେ ସିଗ୍‌ନାଲ୍‌ ବକ୍ସ ନଷ୍ଟ କରିଦେଇଛନ୍ତି।
ମଙ୍ଗଳବାର ଦିନ ରେଳବାଇ ଅଧିକାରୀମାନେ ତିରୁପତ୍ତୁରରେ ରେଳ ଧାରଣା ଯାଞ୍ଚ କରିବା ବେଳେ ‘ସିଗ୍‌ନାଲ୍‌ ବକ୍ସ୍’ ନଷ୍ଟ ହୋଇଥିବା ଦେଖିଥିଲେ। ଘଟଣାସ୍ଥଳରେ ରେଳବାଇ ପୁଲିସ ଫୋର୍ସ କର୍ମଚାରୀମାନେ ପହଞ୍ଚିବା ପରେ ଗୋକୁଳ ନାମକ ଉକ୍ତ ଯୁବକଙ୍କୁ ନିଶାସକ୍ତ ଅବସ୍ଥାରେ ଦେଖିଥିଲେ।
‘ଆର୍‌ପିଏଫ୍‌’ ଏବଂ ‘ଜିଆର୍‌ପି’ର ବରିଷ୍ଠ ଅଧିକାରୀମାନେ ଗୋକୁଳଙ୍କୁ ପଚରା ଉଚରା କରିବାରୁ ସେ ସିଗ୍‌ନାଲ୍‌ ବକ୍ସ୍‌ ନଷ୍ଟ କରିଥିବା କଥା ପ୍ର‌ଥମେ ଅସ୍ବୀକାର କରିଥିଲେ। କିନ୍ତୁ, ପ୍ରେମିକା ସହିତ ଝଗଡ଼ା କରି ରାଗରେ ଏପରି କରିଥିବା କଥା ପରେ ସେ ସ୍ବୀକାର କଲେ।
ଘଟଣାର ବିସ୍ତୃତ ତଦନ୍ତ ଆରମ୍ଭ ହୋଇଛି।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ବେଳେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗା ବଜାର ଷ୍ଟେସନ୍‌ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ସିଗ୍‌ନାଲ୍‌ ବିଭ୍ରାଟ ଯୋଗୁଁ ଘଟିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ‘ଇଲେକ୍ଟ୍ରୋନିକ୍‌ ଇଣ୍ଟର୍‌ଲକିଙ୍ଗ୍‌’ରେ ପରିବର୍ତ୍ତନ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କଥା ରବିବାର ଦିନ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ କହିଥିଲେ।

Leave a Reply

Your email address will not be published. Required fields are marked *