Spread the love

ନୂଆଦିଲ୍ଲୀ: ସ୍ତ୍ରୀଙ୍କ ଅସୁସ୍ଥତା ଦର୍ଶାଇ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଥିଲେ ହାଇକୋର୍ଟ। ହେଲେ ତାଙ୍କୁ ପୁଲିସ କଷ୍ଟଡିରେ ରହି ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦିଆଯାଇଥିଲା। ଏବେ ସିସୋଦିଆ ୧୦୩ଦିନ ପରେ ନିଜ ପତ୍ନୀଙ୍କୁ ଭେଟିଛନ୍ତି। ଭେଟିବା ପରେ ଏକ ପତ୍ର ଲେଖି ସ୍ବାମୀଙ୍କ ଉପରେ ବହୁତ ଗର୍ବିତ ବୋଲି କହିଛନ୍ତି ସୀମା ସିସୋଦିଆ।
ସୀମା ସିସୋଦିଆ କହିଛନ୍ତି ଯେ ଆଜି ୧୦୩ଦିନ ପରେ ୭ଘଣ୍ଟା ପାଇଁ ମନୀଷଙ୍କୁ ଭେଟିଲି। ଆମ ରୁମ ବାହାରେ ପୁଲିସ ଠିଆ ହୋଇ ସବୁ ଶୁଣୁଥିଲେ। ବୋଧହୁଏ ଏଥିପାଇଁ କୁହନ୍ତି ରାଜନୀତି ଭଲ ନୁହେଁ। ଯେତେବେଳେ ଏମାନେ ଦଳ ଗଠନ କରୁଥିଲେ, ସେତେବେଳେ ମୁଁ ଅନେକ ଶୁଭେଚ୍ଛୁମାନଙ୍କଠାରୁ ଶୁଣିଥିଲି ଯେ ସାମ୍ବାଦିକତା ଏବଂ ଆନ୍ଦୋଳନ ପର୍ଯ୍ୟନ୍ତ ଠିକ ଅଛି, କିନ୍ତୁ ରାଜନୀତିରେ ଜଡିତ ହୁଅନ୍ତୁ ନାହିଁ। ରାଜନୀତିରେ ପୂର୍ବରୁ ବସିଥିବା ଲୋକମାନେ କାମ କରିବାକୁ ଦେବେ ନାହିଁ ଏବଂ ପରିବାରକୁ ହଇରାଣ କରିବେ। କିନ୍ତୁ ଏହା ଥିଲା ମନୀଷଙ୍କ ଜିଦ୍ ଥିଲା। ସେ ଅରବିନ୍ଦ ଏବଂ ଅନ୍ୟମାନଙ୍କ ସହ ଏକ ପାର୍ଟୀ ଗଠନ କଲେ ଏବଂ କାମ କରି ଦେଖାଇଲେ। ଏମାନଙ୍କର ରାଜନୀତି ବଡ ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ଏବଂ ଜଳ ବିଷୟରେ କହିବାକୁ ବାଧ୍ୟ କଲା। ୧୦୩ଦିନ ଜେଲରେ ରହିବା ପରେ ବି ମନୀଷଙ୍କ ମନ‌ରେ ସେହି ଜିଦ୍ ରହିଛି। ସେ ହାରିଯାଇନାହାନ୍ତି। ତାଙ୍କୁ ନେଇ ମୁଁ ଗର୍ବିତ।

Leave a Reply

Your email address will not be published. Required fields are marked *