Spread the love

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍‌ର ପୁନରୁଦ୍ଧାର ପାଇଁ କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ମୋଟ ୮୯,୦୪୭ କୋଟି ଟଙ୍କା ବ୍ୟୟ ଅଟକଳର ତୃତୀୟ ପ୍ୟାକେଜ୍‌କୁ ଅନୁମୋଦନ କରିଛି। ଏହି ପ୍ୟାକେଜ୍‌ରେ ବିଏସ୍‌ଏନ୍‌ଏଲ୍‌ ପାଇଁ ଇକ୍ୱିଟି ଇନ୍‌ଫ୍ୟୁଜନ୍‌ ଜରିଆରେ ୪ଜି ଓ ୫ଜି ସ୍ପେକ୍ଟ୍ରମ୍‌ ଆବଣ୍ଟନ ଅନ୍ତର୍ଭୁକ୍ତ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ବିଏସ୍‌ଏନ୍‌ଏଲ୍‌ ପାଇଁ ମୋଟ ୮୯,୦୪୭ କୋଟି ଟଙ୍କାର ତୃତୀୟ ପୁନରୁଦ୍ଧାର ପ୍ୟାକେଜ୍‌କୁ ମଞ୍ଜୁରି ମିଳିଛି।
ସେହିପରି ବିଏସ୍‌ଏନ୍‌ଏଲ୍‌ର ଅଧିକୃତ ପୁଞ୍ଜି ୧,୫୦,୦୦୦ କୋଟି ଟଙ୍କାରୁ ୨,୧୦,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ। ଏହି ପ୍ୟାକେଜରେ ୪୬,୩୩୮.୬ କୋଟି ଟଙ୍କା ମୂଲ୍ୟର ପ୍ରିମିୟମ ଓୟାରଲେସ୍‌ ଫ୍ରିକ୍ୱେନ୍‌ସି ୭୦୦ ମେଗାହର୍ଜ ବ୍ୟାଣ୍ଡ ସ୍ପେକ୍ଟ୍ରମ୍‌ ଆବଣ୍ଟନ ଅନ୍ତର୍ଭୁକ୍ତ ରହିଛି। ସେହିପରି ୨୬,୧୮୪.୨ କୋଟି ଟଙ୍କା ମୂଲ୍ୟର ୩୩୦୦ ମେଗାହର୍ଜ ବ୍ୟାଣ୍ଡରେ ୭୦ ମେଗାହର୍ଜ ଫ୍ରିକ୍ୱେନ୍‌ସି ୬,୫୬୪.୯୩ କୋଟି ଟଙ୍କା ମୂଲ୍ୟର ୨୬ ଗିଗାହର୍ଜ ବ୍ୟାଣ୍ଡର ଫ୍ରିକ୍ୱେନ୍‌ସି ୯,୪୨୮.୨ କୋଟି ଟଙ୍କା ମୂଲ୍ୟର ୨୫୦୦ ମେଗାହର୍ଜ ବ୍ୟାଣ୍ଡ ସହିତ ଅନ୍ୟାନ୍ୟ ବିବିଧ ସାମଗ୍ରୀ ପାଇଁ ୫୩୧.୮୯ କୋଟି ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *