Spread the love

ଭୁବନେଶ୍ୱର (୬/୬) :  ମହାନଦୀ ସୁରକ୍ଷା ଆନ୍ଦୋଳନ ର ଅଗ୍ରଣୀ ସଂଗଠନ ମହାନଦୀ ବଞ୍ଚାଓ ଓ ଜୀବିକା ବଞ୍ଚାଓ ଅଭିଯାନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ସୋମବାର ଦିନ ରାଜ୍ୟ ସଭା ପିଟିସନ କମିଟି ନିକଟରେ ମହାନଦୀ ସମେତ ରାଜ୍ୟ ଓ ଦେଶର ପ୍ରମୁଖ ନଦୀ ମାନଙ୍କ ଜଳ ପରିଚାଳନା, ନଦୀ ସୁରକ୍ଷା ଓ ନଦୀ ପୁର୍ନଜୀବିତ ଉପରେ ପର୍ଯ୍ୟବେଶିତ ପିଟିସନ ପ୍ରଦାନ କରାଯାଇଛି l

ପିଟିସନ କମିଟି ର ଚେୟାରମ୍ୟାନ ତଥା ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କୁ ଭୁବନେଶ୍ୱର ଚାଲିଥିବ ଦୁଇ ଦିନିଆ ଜଣା ଶୁଣାଣି ଅବସରରେ ସାକ୍ଷାତ ଆଲୋଚନା କରି, ଏହି ପିଟିସନ ଟି ପ୍ରଦାନ କରାଯାଇଥିଲା l ସଂଗଠନ ର ଆବାହକ ସୁଦର୍ଶନ ଛୋଟରାୟ ଙ୍କ ନେତୃତ୍ୱରେ ସଭ୍ୟ  ୱାଇଙ୍ଗ କମାଣ୍ଡାର ନବ କିଶୋର ସାମଲ ଓ ଏମଡି ଏନ ଅମିନ, କମିଟି ସହ ଆଲୋଚନା କରି ବିନା ବାଧା ପ୍ରତିବନ୍ଧକ ରେ  ନଦୀ ପ୍ରବାହ କୁ ଅବିଚଳିତ ଜାରି ରଖିବା ୱାରେ ଗୁରୁତ୍ୱ ଦେଇଥିଲେ l

ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ଯେ ଏବେ ବି କେନ୍ଦ୍ର ସରକାର ଚାହିଁଲେ ମହାନଦୀ ଅନ୍ତ ରାଜ୍ୟ ଜଳ  ବିବାଦ ସମାଧାନ ହୋଇପାରିବ l ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ଗଠିତ  ମହାନଦୀ ତ୍ରିବୁନାଲ ଯଦିଓ ଆଜି ପର୍ଯ୍ୟନ୍ତ ଛତିଶଟି ଶୁଣାଣୀ  କରିଛନ୍ତି ଓ ନିକଟରେ ଛତିଶଗଡ ଓ ଓଡିଶା ଗ୍ରସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି, ଏ ନେଇ ଏକ ମଧ୍ୟବର୍ତ୍ତିକାଳୀନ ରାୟ ପାଇଁ ଅଣ ମୌସୁମୀ ରୁତୁରେ କମ ପାଣି ପାଉଥିବା ଓଡିଶା ଲୋକେ ଚାହିଁ ବସିଛନ୍ତି l

କିନ୍ତୁ, କେନ୍ଦ୍ର ସରକାର ସବୁକିଛି ଟ୍ରିବୁନାଲ ଉପରେ ନ ଛାଡ଼ିଦେଇ କେନ୍ଦ୍ରିୟ ଜଳ ସଂସ୍ଥାନ ମାନଙ୍କ ଜରିଆରେ ରାଜ୍ୟର ନଦୀ ମାନଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଜଳ ଉତ୍ସ ସବୁକୁ ସୁରକ୍ଷା ଓ ପୁର୍ନରଜୀବିତ କରିବା ପାଇଁ ଆଗେଇ ଆସିବ ଦରକାର l

7d4f3be3-6561-4646-bdee-418a70b53810

ଏହିଁ  ପିଟିସନ ରେ  କୁହାଯାଉଛି ଯେ ଆଗାମୀ ଦିନରେ ରାଜ୍ୟରେ ଉତ୍କଟ ଜଳ ସଙ୍କଟ ଦେଖାଯିବା ସମ୍ଭାବନ କୁ ଆଖି ଆଗରେ ରଖି ଦେଶ ତଥା ରାଜ୍ୟର କୋଟି କୋଟି ସଂଖ୍ୟକ ଚାଷୀ, ମସ୍ୟଜ଼ୀଵି, ଗ୍ରାମ୍ୟ କାରିଗରଙ୍କ ଜୀବନ ଓ ଜୀବିକା ସହ ଜଡିତ ନଦୀ ମାନଙ୍କୁ ପୁର୍ନଜୀବିତ କରିବା ସମୟ  ଆସିଛି l ଏହାଛଡା, ଗୃହପାଳିତ ପଶୁପକ୍ଷୀ, ବନ୍ୟଜନ୍ତୁ, କଳକାରଖାନା ଚାଲିବା ପାଇଁ ପାଣି ଦରକାର ଓ ସର୍ବୋପରି ମଣିଷ ପିଇବା ପାଣି ପାଣି ପାଇଁ ଅଉ କିଛି ଦିନ ପରେ ଡହଳ ବିକଳ ହବ l ଏସବୁ ପରିସ୍ଥିତିକୁ ଆଖି ଆଗରେ ରଖି ବେଳରୁ ସାବଧାନ ହେବ ଆବଶ୍ୟକ l

ମହାନଦୀ  ସହ ରାଜ୍ୟର  ପ୍ରମୁଖ ଏଗାରଟି ନଦୀ କୁ ପୁର୍ନରଜୀବିତ କରିବା ସହ ନଦୀର ପୂର୍ବ ପ୍ରବାହ ସୁନିଶ୍ଚିତ କରିବା, ପ୍ରଦୂଷଣ ରୋକିବା, ସହର, ମେଡିକାଲ, ପ୍ଲାଷ୍ଟିକ  ଓ ଶିଳ୍ପ ଅବର୍ଜନା, ବିଷାକ୍ତ ଜଳକୁ ନଦୀ କୁ ଛାଡିବା ବାରଣ  କରିବା ପ୍ରଭୁତି ସହ ନଦୀ ଜଳର ଉପଯୁକ୍ତ ପରିଚାଳନା ପାଇଁ  କରିବା, ନଦୀ ପ୍ରାରମ୍ଭ ସ୍ଥଳରୁ ଆରମ୍ଭ କରି କୂଳରେ ବ୍ୟପକ ବୃକ୍ଷ ରୋପଣ କରି ମୂର୍ତ୍ତିକା ସଂରକ୍ଷଣ ସହ ବାଲି ଓ ପାଟୁମାଟି ସଫା କରିବା ଆଦି ଦାବି ରଖି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସହାୟତାରେ ଏକ କାର୍ଯ୍ୟାନୁଷ୍ଠାନ ଯୋଜନା ତୁରନ୍ତ ଆରମ୍ଭ କରିବା ପାଇଁ, ମହାନଦୀ ବଞ୍ଚାଓ ଓ ଜ଼ୀବିକା ବଞ୍ଚାଓ ଅଭିଯାନ ପକ୍ଷରୁ ରାଜ୍ୟ ସଭା ପିଟିସନ କମିଟି କୁ ନିବେଦନ କରାଯାଉଛି l

Leave a Reply

Your email address will not be published. Required fields are marked *